୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଦୀର୍ଘ 60 ବର୍ଷ ପୂର୍ବେ ଆଜିର ଦିନରେ ତିବତୀୟ ମାନେ ତିବତୀୟ ଦେଶରୁ ଓଡିଶାର ଗଜପତି ଜିଲ୍ଲାକୁ ଆସିଥିଲେ l ଏହି ପରିପେକ୍ଷୀର ଆଜି ମୋହନା ବ୍ଲକ ପାଞ୍ଚଆମ୍ବ ଠାରେ ତିବତୀୟଙ୍କ ହୀରା ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଯୋଗଦେଇଥିଲେ l ପ୍ରଥମେ ମଞ୍ଚ ଉପରେ ଧର୍ମଗୁରୁ ଦଳାଇ ଲାମାଙ୍କୁ ଔପଢକନ୍ୟ ଦେବାସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏବଂ ତିବତ ଧର୍ମ ଗୁରୁ ମାନେ ଯୋଗ ଦେଇଥିଲେ l ଏହି ଜୟନ୍ତୀକୁ ଗୁରୁଜୀ ପେମା ଖେମ୍ପୋ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା । ୧୯୬୨ ମସିହାରେ ତିବତୀୟ ମାନେ ଭାରତ ଆସିଥିଲେ ସେତେବେଳେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ l


© 2023 Odisha Taza News.