No Result
View All Result
୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :- ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀ କଂ ନିର୍ଦ୍ଦେଶ କ୍ରମେ ଜଂଗଲ ସୁରକ୍ଷା, ପରିବେଶ ସୁରକ୍ଷା ବନ୍ୟଜନ୍ତୁ କଂ ସୁରକ୍ଷା ଓ ଜଂଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ , ସଲଗ୍ନ ଗ୍ରାମ ମାନକଂ ରେ ଜନସାଧାରଣଙ୍କ ସଚେତନତା ନିମନ୍ତେ ପଥପ୍ରାନ୍ତ ପାଲା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଆଜି ବୁଗୁଡା ସେକ୍ସନ୍ ଅନ୍ତର୍ଗତ ବୁଗୁଡା,ଶାଳଭଂଗା,

ଦୁର୍ଗାପ୍ରସାଦ ଓ ଝିଣ୍ଟିକାବାରୀ ଗ୍ରାମରେ ପାଲାଦଳ ପହଞ୍ଚି ଗ୍ରାମ ଦାଣ୍ଡରେ ପାଲା ପରିବେଷଣ କରି ଜନସାଧାରଣଙ୍କୁ ସଚେତନ କରିବା ସହିତ ବନ ଓ ବନ୍ୟଜନ୍ତୁ କଂ ସୁରକ୍ଷା ଉପରେ ପୁରାଣ ଆଧାରିତ ବିଷୟ ବସ୍ତୁ କୁ ନେଇ ଭାବାବେଗ ସହ ଜଡିତ କେତେକ ବିଷୟ ଵସ୍ତୁ ର ଅବତାରଣା କରିଥୁଲେ । ଶେଷରେ ଜଂଗଲରେ ନିଆଁ ଲଗାଇବା ମହାପାପ ବୋଲି ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସେକ୍ମନ ବନପାଳ ରାଜ କୁମାର ଶତପଥି, ବନପାଳ ପୁଷ୍ପଲତା ସ୍ବାଇଁ, ଫାୟାର ସ୍ବାର୍ଡ ମୋହନ ପ୍ରଭୃତି ପରିଚାଳନ କରିଥିଲେ ।

No Result
View All Result