No Result
View All Result
୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- ରାୟଗଡ଼ା ଜିଲ୍ଲା ରାମନଗୁଡ଼ା ବ୍ଳକ ଅନ୍ତର୍ଗତ ଯାମିନି ପଞ୍ଚାୟତ ଅଧୀନ ଗୁମୁଡା ଠାରେ ଶୁକ୍ରବାର ସନ୍ଧ୍ୟା ରେ ଗୁମୁଡାସ୍ଥିତ ଶିଶୁ ବିଦ୍ୟାମନ୍ଦିର ଠାରେ ୨୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଉକ୍ତ ଅବସରରେ ବ୍ରଜମୋହନ ନାୟକ କମାଣ୍ଡର ୨ବାଟାଲିୟନ ଆଇ ଆର ବିଏନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଗୁମୁଡା ସରକାରୀ ଦ୍ରୋପଦୀ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର ପ୍ରସାଦ ଖାଡାଙ୍ଗା ,
ଭାମିନୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶୁଶ୍ରୀ ରୁତୁପୁ୍ର୍ଣା ଗମାଙ୍ଗ, ସମାଜସେବୀ ଶ୍ରୀଯୁକ୍ତ ଗଗନ ଆଚାର୍ଯ୍ୟ ଓ ମୁଖ୍ୟ ବକ୍ତା ଭାବେ ସମାଜସେବୀ ବନମାଳୀ ଗମାଙ୍ଗ ଯୋଗ ଦେଇଥିଲେ। ମଞ୍ଚାସିନ ଥିବା ସମସ୍ତ ଅତିଥୀ ଅନୁଷ୍ଠାନ ର ଉନ୍ନତି ସହ କଳା ସଂସ୍କୃତି ଓ ସଂସ୍କାର ଉପରେ ମାର୍ଗଦର୍ଶନ କରିଥିଲେ। ଅନୁଷ୍ଠାନର ସଭାପତି ଓ ସମ୍ପାଦକ ମଧ୍ୟ ଉପସ୍ଥିତ ଥିଲେ।
ଅନୁଷ୍ଠାନର ପ୍ରଧାଆଚାର୍ଯ୍ୟା ଶ୍ରୀମତୀ ନମୀତା ଖାଡାଙ୍ଗା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ତତପରେ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଶେଷରେ ନରେନ୍ଦ୍ର ନାୟକ ମହୋଦୟ ଧନ୍ୟବାଦ ଅର୍ପଣ କରି ସମାପନ କରିଥିଲେ ।
No Result
View All Result