No Result
View All Result
୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର ଗ୍ରାମର ବାଟଗୋସେଇଁଙ୍କ ପୀଠରେ ଗାୟତ୍ରୀ ପରିବାର ପକ୍ଷରୁ ଆୟୋଜିତ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦ୍ଯାପିତ ହୋଇଯାଇଛି । ୩ଦିନ ବ୍ୟାପି ଚାଲିଥିବା ଯଜ୍ଞରେ କଳସ ଶୋଭାଯାତ୍ରା, ଦେବ ଆବାହନ, ଯୁଗସଂଗୀତ ଓ ପ୍ରବଚନ, ବିବିଧ ସଂସ୍କାର, ବିଶାଳ ଦୀପଦାନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରବଚକ ରାଜେଶ ପଣ୍ଡା ପ୍ରବଚନ ପ୍ରଦାନ କରିଥିଲେ । ଗାୟତ୍ରୀ ପରିବାରର ବାଙ୍କୀ ଶାଖା ସଭାପତି ଆଇନଜୀବୀ ଜିତେନ କୁମାର ରଥ, ମୁଖ୍ୟଟ୍ରଷ୍ଟି ଅରୁଣ କୁମାର ବେହେରା, ସୁଶାନ୍ତ କୁମାର ଭଞ୍ଜ, ବସନ୍ତ କୁମାର ସାହୁ, ରଜନୀ ନାୟକ, ମୁକେଶ ରାଉତ, ମିକି ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରି ସହଯୋଗ କରିଥିଲେ ।
No Result
View All Result