୨୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ରଣପୁର ଏନଏ ସି ସ୍ଥିତ ମା ମାଣିନାଗ ଙ୍କ ମନ୍ଦିର ନିକଟରେ ଶହୀଦ ଅର୍ଜୁନ ରାଉତ ଆଦର୍ଶ ଉଦ୍ୟାନ ଓଡିଶା ର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l ମଙ୍ଗଳବାର ସନ୍ଧ୍ୟା ରେ ପ୍ରଥମେ ଉଦ୍ୟାନ ସମୁଖ ଗେଟ ପାର୍ଶ୍ଵରେ ଶହୀଦ ଅର୍ଜୁନ ରାଉତ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଉଦଘାଟନ କାର୍ଯ୍ୟ ସମାପନ କରାଯାଇଥିଲା l















