No Result
View All Result
୨୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଦିନ ଜିଲ୍ଲା କଂଗ୍ରେସର ପୂର୍ବତନ ଉପ ସଭାପତି ଶିଶିର ରଥଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ଵାଳଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ତାଙ୍କ ସ୍ମୃତି ଚରଣ କରାଯାଇଥିଲା ।ଓଡ଼ିଶା ରାଜନୀତିରେ ତାଙ୍କର ବେଶ ପ୍ରଭାବ ରହିଥିଲା ବୋଲି ବକ୍ତାମାନେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ପୂର୍ବତନ ଉପ ସଭାପତି ମନୋଜ ବିଶ୍ଵାଳ ଓ ରାଜେଶ୍ ସ୍ୱାଇଁ,କଟକ ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ଗୋଚ୍ଛାୟତ,ପିସିସି ର ପୂର୍ବତନ ସମ୍ପାଦକ ପ୍ରୀୟଜିତ୍ ରାୟ,କଟକ ନଗର(ଜିଲ୍ଲା) କଂଗ୍ରେସ ର ମୁଖ୍ୟ-ମୁଖପାତ୍ର ମାନସ ପରିଡ଼ା,ଜିଲ୍ଲା କଂଗ୍ରେସ ର ପୂର୍ବତନ ସମ୍ପାଦକ ସଚ୍ଚିଦାନନ୍ଦ ରାଉତ,
ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ,ଯୁବନେତା ପ୍ରତ୍ୟୁଷ ସାହୁ,ରଜନୀ ବସ୍ତିଆ,କାଳନ୍ଦୀ ଖୁଣ୍ଟିଆ,ୠଷି କାଣ୍ଡି,ବିକି ଜେଠୀ, ଲିପୂଲ୍ ରାଉତ୍,ବରିଷ୍ଠ କଂଗ୍ରେସ ନେତା ସୀତାକାନ୍ତ ପଣ୍ଡା,ନିହାର ରଞ୍ଜନ ନନ୍ଦ,ଉଗ୍ରସେନ ଭୂୟାଁ,ଆଶୁତୋଷ ବରାଳ,ଜୟ ନାରାୟଣ ତ୍ରୀପାଠୀ,ପ୍ରାକ୍ତନ କର୍ପୋରେଟର ପ୍ରଶାନ୍ତ ଭୋଇ, ଦୀପକ୍ ସାହୁ,ସନ୍ତୋଷ ବିଶ୍ଵାଳ,ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

No Result
View All Result