No Result
View All Result
୨୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ନୟାଗଡ଼ ବ୍ଲକ ଅନ୍ତର୍ଗତ ହରିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ରଥ ଯୋଗଦାନ କରି ପିଲାମାନଙ୍କୁ ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସୁଚିନ୍ତିତ ଉପଦେଶ ଦେଇଥିଲେ ।
ସେହିପରି ମୁଖ୍ୟ ବକ୍ତା ଭାବେ ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷକ ଲକ୍ଷ୍ମୀଧର ସାହୁ, ଅଶୋକ ମଲ୍ଲ, ପ୍ରଫୁଲ୍ଲ ମହାପାତ୍ର,କୃଷ୍ଣଚନ୍ଦ୍ର ପଣ୍ଡା,ସୈଫୁଦ୍ଦିନ ଅହମଦ ପ୍ରମୁଖ ଯୋଗଦାନ କରି ପିଲାମାନଙ୍କୁ ଭଲ ମଣିଷ ହୋଇ ଦେଶର ସେବା କରିବା ପାଇଁ ବିଭିନ୍ନ ଉପଦେଶ ମାଧ୍ୟମରେ ବୁଝାଇଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିବା ବେଳେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ବରିଷ୍ଠ ଶିକ୍ଷକ ଲଡ଼ୁକିଶୋର ପୃଷ୍ଟି ଅତିଥି ପରିଚୟ ଏବଂ ମଞ୍ଚ ପରିଚାଳନା କରିଥିବା ବେଳେ ସିଆରସିସି ଜୀବନଜ୍ୟୋତି ହୋତା ଧନ୍ୟବାଦ ପ୍ରଦାନ କରିଥିଲେ । ପରିଚାଳନା କମିଟି ସଭାପତି ସଦାନନ୍ଦ ପାତ୍ର, ଶିକ୍ଷୟିତ୍ରୀ ଅନୱାରୀ ବେଗମ,ବାଳକୃଷ୍ଣ ରଥ, ରଶ୍ମିତା ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ମାନେ ବେଶ ଉପଭୋଗ କରିଥିଲେ ।

No Result
View All Result