No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଅଖିଳ ଭାରତୀୟ ବିଶ୍ବକର୍ମା ମହାସଭା ଓ ନିଖିଳ ଉତ୍କଳ ବିଶ୍ବକର୍ମା ସମିତିର ମିଳିତ ସହଯୋଗରେ ତିନିଦିନ ଧରି ହୀରକ ଜୟନ୍ତୀ ଉତ୍ସବ ପୁରୀ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବର ଦ୍ବିତୀୟ ଦିନରେ ମତ୍ସ୍ଯ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଲେ ବିଶ୍ଵକର୍ମା ପରିବାରର ସଦସ୍ଯ ମାନେ ସାରା ଭାରତରେ ରହିଛନ୍ତି । ବିଶ୍ବକୁ ବିଶ୍ବକର୍ମା ମାନଙ୍କ ଦାନ ଅତୁଳନୀୟ । ସର୍ବ ଭାରତୀୟ ସମ୍ମିଳନୀ ଓଡ଼ିଶାର ଜଗନ୍ନାଥ ଧାମ ପୁରୀରେ ହୋଇଥିବାରୁ ଓଡ଼ିଶା ଗର୍ବିତ । ରାଜ୍ୟରେ ବିଶ୍ବକର୍ମା ଭବନ କରିବା ପାଇଁ ଚିନ୍ତା କରାଯାଉଛି ।
ସେଠାରେ ବିଶ୍ବକର୍ମା ମାନଙ୍କ ଶିକ୍ଷା କୌଶଳ ବିକାଶ ହୋଇ ପାରିବ । ସମ୍ମିଳନୀର ଶେଷ ଦିବସରେ ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ ଯୋଗଦେଇ ପୁରୀରେ ନିର୍ମାଣାଧିନ ଥିବା ବିଶ୍ବକର୍ମା ଭବନ ପାଇଁ ସାଂସଦଙ୍କ ପାଣ୍ଠିରୁ ଆର୍ଥିକ ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ । ନିଖିଳ ଉତ୍କଳ ବିଶ୍ଵକର୍ମା ସମିତିର ରାଜ୍ଯ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଓ ସମ୍ପାଦକ ମନୋରଞ୍ଜନ ମହାରଣାଙ୍କୁ ଅଖିଳ ଭାରତୀୟ ବିଶ୍ଵକର୍ମା ମହାସଭା ତରଫରୁ ବିଶ୍ଵକର୍ମା ଗୌରବରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ ୫ଶହରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଥିଲେ ।

No Result
View All Result