No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଡମପଡା ବ୍ଲକ ଗୟଳବାଙ୍କ ଜାରିଆ ଶବର ସାହି ଠାରେ ଅନ୍ତଜାତୀୟ ମାତୃଭାଷା ଦିବସ ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ ପକ୍ଷରୁ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ସମ୍ପାଦକ ପ୍ରକୃତି ବନ୍ଧୁ ଗୌତମ ମିଶ୍ର ଶବର ସାହି ର ବହୁ ଜନସାଧାରଣ ଙ୍କୁ ଆଜିର ଦିବସ ସମ୍ପର୍କ ରେ ଅବଗତ କରିବା ସହ କହିଥିଲେ ପ୍ରତ୍ୟେକ ମାତୃଭାଷା କୁ ଭଲ ପାଇବା ଆବଶ୍ୟକ ମାତୃଭାଷା ହେଉଛି ଆମ ହୃଦୟର ଭାଷା । ବ୍ୟକ୍ତିତ୍ଵ ଗଠନରେ ମାତୃଭାଷାର ବିଶେଷ ପ୍ରଭାବ ରହିଛି । ଏହା ଆମ ଚିନ୍ତା, ଚେତନା ଓ ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ । ମାତୃଭାଷା କେବଳ ଜାତିର ଭାଷା ଓ ସାହିତ୍ୟକୁ ସମୃଦ୍ଧ କରି ନଥାଏ, ଏହା ଜାତିର ଅସ୍ମିତାକୁ ମଧ୍ୟ ପ୍ରତିଫଳିତ କରେ ।
ମାତୃଭାଷା ଆମକୁ ଶିକ୍ଷିତ କରାଇବା ସହ ଜ୍ଞାନ ପ୍ରଦାନ କରିଥାଏ । ଏହି ଜ୍ଞାନ ଆମେ ମାତୃ ଗର୍ଭ ରୁ ପ୍ରାପ୍ତ କରିଥାଉ ଆମେ ଗର୍ବିତ ହେବା କଥା ଆମ ଭାଷା ଓଡିଶା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ କରିଛି । ଆମେ ସମସ୍ତେ ଓଡ଼ିଆ ବର୍ଣ୍ଣ ମାଳା ଶିକ୍ଷା ଲାଭ କରି ଶିକ୍ଷିତ ହେବା ବୋଲି ଆଜିର ଦିବସ ରେ ସଂକଳ୍ପ ନେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ଗ୍ରାମ ବାସୀ ଙ୍କୁ ବୁଝାଇ ଥିଲେ । ପରିଶେଷରେ ଅନୁଷ୍ଠାନ ପକ୍ଷରୁ ଗ୍ରାମବାସୀ ଙ୍କୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଜନ୍ମଜୟ ଦେଉରୀ,ଗଙ୍ଗାଧର ବେହେରା, ସୁଧାକର ସାହୁ, ଶ୍ରୀନିବାସ ତ୍ରିପାଠୀ ସହଯୋଗ କରିଥିଲେ ।

No Result
View All Result