No Result
View All Result
୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଆମ୍ବଝରୀ ଉପ ସେବାକେନ୍ଦ୍ରର ମୁଖ୍ୟ ସଂଚାଳିକା ରାଜ ଯେଗୀନି ବ୍ରହ୍ମା କୁମାରୀ ଜୟନ୍ତୀ ଙ୍କ ତତ୍ବାବଧାନରେ ୮୯ ତମ ପୁନ୍ୟତିଥି , ତ୍ରିମୂର୍ତ୍ତି ଶିବ ପରମପିତା ପରମାତ୍ମାଙ୍କ ଉଦ୍ଦେଶ୍ୟରେ, ଆଧ୍ୟାତ୍ମିକ, ମୂଲ୍ୟନିଷ୍ଠ ସମାଜ ଗଢ଼ିବା, ସହଜ ରାଜଯୋଗ ସତ୍ୟଗୀତାଜ୍ଞାନ ଦେଇ ଏକ ସୁଖ,

ଶାନ୍ତିମୟ ସତ୍ୟଯୁଗୀ ଦୈବୀ ସାମ୍ରାଜ୍ୟ ସ୍ଥାପନ ଉଦ୍ଦେଶ୍ୟରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଘୋର ଅନ୍ଧକାର ନିଦ୍ରାରୁ ସମସ୍ତଙ୍କୁ ଜାଗରଣ କରାଇବା ପାଇଁ, ପରମପିତା ପରମାତ୍ମାଙ୍କ ଦିବ୍ୟ ସନ୍ଦେଶ ଆଦି ସ୍ଲୋଗାନ ମାଧ୍ଯମରେ ପ୍ରଚାର କରାଯାଇଥିଲା ।

ସ୍ଥାନୀୟ ୨୦୦ ଭାଇ, ଭଉଣୀ, ଶୁଭ୍ର ବସ୍ତ୍ର ପରିଧାନ କରି ଏକ ଶାନ୍ତି ଶୋଭାଯାତ୍ରା ଦ୍ଵାରା ପ୍ରତି ଗ୍ରାମ, ବଜାର ଠାରୁ ବ୍ଳକ୍ ପର୍ଯ୍ୟନ୍ତ ଶିବ ସଂନ୍ଦେସ ପତ୍ରିକା ମାଧ୍ୟମରେ ବଣ୍ଟନ କରାଯାଇଥିଲା । ସେଥିରେ ଈଶ୍ଵରୀୟ ବିଶ୍ବବିଦ୍ୟାଳୟର ବଡ଼ ଭାଇ ବ୍ରହ୍ମା କୁମାର ରବିଭାଇ,

ବ୍ରହ୍ମା କୁମାର ହଜାରୀ ଭାଇ, ସ୍ଥାନୀୟ ଓକିଲ ଜିତୁ ସାହୁ , ସମାଜସେବୀ ଭଜମନ ପରିଡ଼ା ଆଦି ବରିଷ୍ଠ ଭାଇ ଭଉଣୀ ଯୋଗ ଦେଇଥିଲେ । ତା’ ସହିତ ବିଶ୍ଵକର୍ମା ଭବନ ଠାରେ ଶିବ ବାବାଙ୍କ ଉଦ୍ଦେଶ୍ୟରେ ୮୯ ତମ ଶିବ ଝଣ୍ଡା ଉତ୍ତୋଳନ ହୋଇଥିଲା ।

No Result
View All Result