No Result
View All Result
୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ପାଟଣା ସାହିରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୩୫୦ଜଣ ଅସୁସ୍ଥ ହୋଇ ପଡିଥିଲେ । ଘଟଣାରୁ ଜଣାପଡେଯେ ରବିବାର ରାତିରେ ବୈଦ୍ୟେଶ୍ୱର ପାଟଣା ପଦ୍ମନାଭ ସାହୁଙ୍କ ଝିଅର ବିବାହଘର ଥିଲା । ଏଥିରେ ଗ୍ରାମବାସୀମାନେ ଭୋଜି ଖାଇଥିଲେ । ଭୋଜି ଖାଇ ୧୫୮ଜଣ ବୈଦ୍ୟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ସେଥିମଧ୍ୟରୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରୁ ୧ଜଣ ରୋଗୀ ଚିକିତ୍ସା ପାଇଁ ଆଜି ଆସିଥିଲେ । ସେ ବର୍ତ୍ତମାନ ଭଲ ହୋଇ ଘରକୁ ଫେରିଲେଣି ।
୫୩ଜଣଙ୍କୁ ସାଲାଇନ୍ ଦିଆହେଉଅଛି । ବର୍ତ୍ତମାନ ଗ୍ରାମରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅମରେଶ ସାହୁଙ୍କ ସମେତ ତାଙ୍କର ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ରହି ଚିକିତ୍ସା କରିଛନ୍ତି । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ବନବାସୀ ବେହେରା, ଡାକ୍ତର ପଦ୍ମଲୋଚନ ପଣ୍ଡା, ଫର୍ମାଶିଷ୍ଟ୍ ଜଗବନ୍ଧୁ ସ୍ୱାଇଁ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଆକ୍ରାନ୍ତ ମାନଙ୍କର ଚିକିତ୍ସା କରୁଛନ୍ତି । ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ହାଲୋଜିନ୍ ବଟିକା ଏବଂ ବ୍ଲିଚିଂ ପାଉଡର ବାଣ୍ଟୁଛନ୍ତି । ପୁରୁଷ ସ୍ୱାସ୍ଥ୍ୟକର୍ମୀ ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ।
ଆଜି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତିର ଅନୁଧ୍ୟାନ କରିବା ସହ ସେଠାରେ ଏକ ଆମ୍ବୁଲାନ୍ସ ରଖିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଲୋକମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ନହେବା ପର୍ଯ୍ୟନ୍ତ ଡାକ୍ତରି ଦଳ ସେଠାରେ କ୍ୟାମ୍ପ କରି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କଟକ ମୁଖ୍ୟଚିକିତ୍ସା ଅଧିକାରୀ ପ୍ରଶାନ୍ତ କୁମାର ହୋତା, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଲୋକନାଥ ପାତ୍ର ଗ୍ରାମରେ ପହଁଚି ଲୋକମାନଙ୍କର ଚିକିତ୍ସା କିପରି ହୋଇପାରିବ ତା ଉପରେ ଧ୍ୟାନ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରିତଧିନ ରହିଛି । ଯୁବସମାଜସେବୀ ଅବିନାଶ ପଟ୍ଟନାୟକ ଗ୍ରାମକୁ ଯାଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ପ୍ରଭୁ ରମାନାଥ, ବୈଦ୍ୟେନାଥଙ୍କ ପାଖରେ ସମସ୍ତ ରୋଗୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

No Result
View All Result