୧୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତ ପୋବଲା ଗ୍ରାମରେ ନିଆଁ ଲାଗି ଚାରି ବଖରା ଘର ପୋଡିଯାଇଥିବା ଜଣା ପଡ଼ିଛି।ସୂଚନା ଥାଉକି ପୋବଲା ଗ୍ରାମର ପ୍ରଦୀପ କୁମାର ଜାନୀ ,ବିଜୟ କୁମାର ଜାନୀ , ବିମଳା ଜାନୀ,କାର୍ତ୍ତିକ ଜାନୀ ଙ୍କ ଚାରି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।ନିଆଁ କିପରି ଲାଗିଲା ଜଣା ପଡି ନଥିବା ବେଳେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
















