No Result
View All Result
୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ୧୩/୨,ଭୋର୍ ୫ ଟା ବେଳେ ତାଙ୍କ ନିଜ ଲତାରସ୍ଥିତ ବାସ ଭବନରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ମାତୃଦେବୀ ସରୋଜିନୀ ମହାନ୍ତିଙ୍କ ପରଲୋକ ହୋଇ ଯାଇଛି । ସେ ଜଣେ ପରୋପକାରୀ ମହିଳା ଥିଲେ ଓ ବାର୍ଦ୍ଧ୍ୟକ ଜନିତ ଅବସ୍ଥାରେ ପୀଡ଼ିତ ଥିବା ସୁଚନା । ୧୯୪୦ ମସିହାରେ ଜନ୍ମ ଗ୍ରହଣ କରି ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମୟରେ ଏକ ମାତ୍ର ପୁତ୍ର ଇଂ ଦେବାଶିଷ ପଟ୍ଟନାୟକ, ବୋହୂ ଡଃ ବନ୍ଦନା ଦାସ ଓ ନାତି ଦିବ୍ୟଜ୍ୟୋତି ପଟ୍ଟନାୟକ ଉପସ୍ଥିତ ଥିଲେ, ଦୁଃଖଦ ଖବର ପାଇ ସୁବେଶ୍ଛୁ ମାନଙ୍କ ସୁଅ ଛୁଟିଥିଲା ।
ପୂର୍ବାହ୍ନ ସାଢେ଼ ଦଶଟା ବେଳକୁ ଗ୍ରାମ ପରିକ୍ରମା କରାଇ ଗାଁ ଶ୍ମଶାନରେ ଶବ ସତ୍କାର ପୂର୍ବକ ଶେଷ କୃତ୍ୟ କାର୍ଯ୍ୟ ସମାପ୍ତ କରାଯାଇଥିବା ଜଣା ପଡିଛି । ନୟାଗଡ ଜିଲ୍ଲା ସ୍ଥରରୁ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ସରପଞ୍ଚ, ସମିତି, ଦଳୀୟ କର୍ମୀ ଙ୍କ ସହ ରଣପୁର ଏନ୍ ଏ ସି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି, ସ୍ବରାଜ ମହାନ୍ତି, ଜିଲ୍ଲା ଯୁବ ବିଜେଡି ଉପ ସଭାପତି ପ୍ରଫୁଲ୍ଲ କୁମାର ନାୟକ, ବ୍ଳକ୍ ବିଜେଡି ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ, ପୁର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ସାମ୍ବାଦିକ ଵିନୋଦ କୁମାର ସାହୁ, ମାନସ କୁମାର ସାହୁ, ଶ୍ରୀନିବାସ ବେହେରା ଆଦି ଲତାର ସ୍ଥିତ ବାସଭବନରେ ପହଞ୍ଚି ଦୁଃଖ ସନ୍ତପ୍ତ ପରିବାରକୁ ସାନ୍ତ୍ଵନା ପ୍ରଦାନ କରିଛନ୍ତି ।

No Result
View All Result