No Result
View All Result
୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକ ଠାରେ ରାଜ୍ୟ ଜୁନିଅର ରେଡକ୍ରସ ଶାଖା ତରଫରୁ ପଞ୍ଚ ଦିବସ ବ୍ୟାପି ଶିକ୍ଷା ଏବଂ ତାଲିମ ଶିବିର ସଫଳତାର ସହ ସମାପନ ହୋଇଯାଇଛି। ରାଜ୍ୟ ରେଡ୍ କ୍ରସ ଶାଖାର ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତ୍ବତ୍ତାବଧାନ କ୍ରମେ ତା 03.02.2025ରିଖ ଠାରୁ ତା 07.02.2025 ରିଖ ପର୍ଯ୍ୟନ୍ତ ରାଜ୍ୟର 30ଟି ଜିଲ୍ଲାରୁ ପ୍ରାୟ 390 ଜଣ ଜୁନିଅର ଏବଂ 98ଜଣ କାଉଁସିଲର ତାଲିମ ଗ୍ରହଣ କରିଥିଲେ l ଜିଲ୍ଲା ଶିକ୍ଷାଧିକାରୀ ଡ.ମାୟାଧର ସାହୁଙ୍କ ଅନୁମୋଦନ ତଥା ଜିଲ୍ଲା କ୍ରୀଡ଼ାନିରୀକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ୱାବଧାନ କ୍ରମେ ଗଜପତି ଜିଲ୍ଲାରୁ 12 ଜଣ ଛାତ୍ର ଛାତ୍ରୀ ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରିବାକୁ ମନୋନୀତ ହୋଇଥିଲେ ।

ଆୟୋଜିତ ଶିବିରରେ ପ୍ରାଥମିକ ଚିକିତ୍ସା, ତମାଖୁ ବର୍ଜନ, ଔଷଧୀୟ ବୃକ୍ଷ ରୋପଣ, ସଡ଼କ ସୁରକ୍ଷା, ସାଇବର ସୁରକ୍ଷା ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣମାନ ଅତି ନିଖୁଣ ଭାବେ ଅଭିଜ୍ଞ ଗବେଷକ ମାନଙ୍କ ଦ୍ୱାରା ପ୍ରଦାନ କରାଯlଇଥିଲା l ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମିତ୍ତ ନୃତ୍ୟ, ସଂଗୀତ, ନାଟକ, ସାଧାରଣ ଜ୍ଞାନ, ଚିତ୍ର ଆଦି ବିଭିନ୍ନ ବିଷୟରେ ପ୍ରତିଯୋଗିତାମାନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଉକ୍ତ ଶିବିରରେ ଗଜପତି ଜିଲ୍ଲା ତରଫରୁ K. M. ଭାଲିଆ ସାହି ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିଅର ମାନେ ଅଂଶ ଗ୍ରହଣ କରି ନାଟକ ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନ ଏବଂ ପ୍ରାଥମିକ ଚିକିତ୍ସା ପ୍ରଦର୍ଶନରେ ମଧ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲାର ଗର୍ବ ଏବଂ ଗୌରବକୁ ବଢାଇବା ସହିତ ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି।

ଉକ୍ତ ସଫଳତା ପାଇଁ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ପୂର୍ଣ୍ଣ ସହଯୋଗ କରିବା ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ଶିକ୍ଷୟତ୍ରୀ ଶ୍ରୀମତୀ ସୁଷମା ବାଣୁଆରାୟୀ କାଉଁସିଲର ଭାବେ ଯୋଗଦେବା ସହିତ JRCO ଭାବେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସ ସମସ୍ତ କlର୍ଯ୍ୟକୁ ସୂଚାରୁ ରୂପେ ବହନ କରିଥିଲେ l ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲା କ୍ରୀଡା ନିରୀକ୍ଷକ ସମସ୍ତ ପ୍ରତିଯୋଗୀ,କାଉଁସେଲର ଏବଂ JRCOଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଵା ସହିତ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

No Result
View All Result