No Result
View All Result
୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଜିଲ୍ଲା ଶିକ୍ଷାଧିକାରୀ ଡା ମାୟାଧର ସାହୁଙ୍କ ନିର୍ଦେଶ କ୍ରମେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଜିଲ୍ଲାର ସାତୋଟି ବ୍ଲକର ପ୍ରାୟ 100 ଛାତ୍ର ଛାତ୍ରୀ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୁଲ ରବିକୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିକ୍ଷା ପରିଭ୍ରମଣ ନିମନ୍ତେ ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ l ଛୋଟ ଛୋଟ କୋମଳମତି ଛାତ୍ର ଛାତ୍ରୀ ମାନେ ବୌଦ୍ଧ ମନ୍ଦିରର କଳାକୃତି, ଭଗବାନ ବୁଦ୍ଧଙ୍କର ତତ୍ୱ, ଜଳାଶୟ, ଖସଡ଼ା ଜଳପ୍ରପାତରେ ପ୍ରାକୃତିକ ସୌନ୍ଦର୍ଯ୍ୟ,
ଡୁମ୍ବାର ଶିଶୁ ବାଟିକାରେ ମନ ମୁଗ୍ଧକର ଦୃଶ୍ୟ ଉପଭୋଗ କରିଥିଲେ l ସ୍ଥାନୀୟ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା l ବିଦ୍ୟାଳୟର ସୁନ୍ଦର ପରିବେଶ ମଧ୍ୟରେ ପିଲାମାନେ ସୁସ୍ୱାଦୁକର ଭୋଜନ ଖାଇଥିଲେ l ଏହି କାର୍ଯ୍ୟକ୍ରମରେ ଦୁଇଟି ବସରେ ସାତୋଟି ବ୍ଲକର 100 ଜଣ ଛାତ୍ର ଛାତ୍ରୀ ପ୍ରାୟ 20 ଜଣ ମାର୍ଗଦର୍ଶକ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ l
ଏତଦ ବ୍ୟତୀତ ମହେନ୍ଦ୍ରଗଡ଼ ହାଇସ୍କୁଲ ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକଙ୍କ ସମେତ ସମସ୍ତ ଶିକ୍ଷକ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ l ଏହାଦ୍ୱାରା ଛାତ୍ର ଛାତ୍ରୀ ମାନେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ ବୋଲି ମତ ପ୍ରକାଶ ପାଇଥିଲା l

No Result
View All Result