୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :- ଓଡ଼ିଶାର ନୂଆ ସରକାରଙ୍କର ଅଭିନଵ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶାର ହେବ ଶୁଭ ଉତଘାଟନ।ଉଦଘାଟନ କରିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି । ଉଦଘାଟନ ସମୟରେ ଉପସ୍ଥିତ ଥିଲେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ,ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଜନା ସଚିବ ଗିରିଶ ଏସ୍ ଏନ୍ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁତାନସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଚଂଚଳ କୁମାର ରାଣା ପ୍ରମୁଖ ଉପସ୍ଥିତ ଥିଲେ ।
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଠାରେ ସକାଳ ୧୧ ଘଣ୍ଟା ସମୟରେ ଶୁଭ ଉଦଘାଟନ କରିଲେ। ମୂଖ୍ୟମନ୍ତ୍ରୀ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବାସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନଭ ଯୋଜନା।ଯୋଜନାରେ ୫ ବର୍ଷ ପାଇଁ ୫ କୋଟି ଖର୍ଚ କରାଯିବାପାଇଁ ଲକ୍ଷ୍ୟ ରଖା ଯାଇଛି । ପ୍ରତି ବର୍ଷ ୧ କୋଟି ଟଙ୍କା ଗ୍ରାମର ଉନ୍ନତିକାରଣ ପାଇଁ ଖର୍ଚ୍ଚ କରାଯିବା ପାଇଁ ଲକ୍ଷ ରଖା ଯାଇଛି । କାର୍ଯ୍ୟକ୍ରମ ପାଇଁ ୧୫ହଜାରରୁ ୨୦ହଜାର ଲୋକଙ୍କ ସମାଗମ ହୋଇଥିଲା ।















