No Result
View All Result
୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :- ଦୀନବନ୍ଧୁ ପୁର କ୍ଲଷ୍ଟର ଅନ୍ତର୍ଗତ କହ୍ନେଇ ପୁର ଉପ୍ରା ବିଦ୍ୟାଳୟ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ନାଚୁଣୀ ମହାବିଦ୍ୟାଳୟ ର ପ୍ରାକ୍ତନ ଇଂରାଜୀ ଭାଷା ବିଭାଗୀୟ ମୁଖ୍ୟ ପ୍ରଫେସର ଗଙ୍ଗାଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ନାଚୁଣୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସ୍ବପ୍ନାଞ୍ଜଳି ପଲେଇ,
ନାଏକ ସରପଞ୍ଚ ରାମଚନ୍ଦ୍ର ଖଟେଇ, ଓ୍ଵାର୍ଡ ସଭ୍ୟା ବିନୋଦିନୀ ମୁଦୁଲି, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ ଵୋଧନ ଦେଇଥିଲେ । ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ବାରିକ ଏହି ସାରସ୍ଵତ ଉତ୍ସବ ରେ ଅଧ୍ୟକ୍ଷତା କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷକ ଆଲୋକ କୁମାର ବରାଳ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଦୁର୍ଗା ଚରଣ ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ।
ବିଭିନ୍ନ କ୍ଷେତ୍ରରେ କ୍ରୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇ ଥିଲା । ଏହାପରେ ଶିକ୍ଷକ ଦୁର୍ଯୋଧନ ମୁଦୁଲି ଙ୍କ ସନ୍ ଯୋଜନା ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମନୋଜ୍ଞ ସାଂସ୍କୃତିକ ଵିଚିତ୍ରା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଟିକିନା କୁମାରୀ ଭାରି ମଲ୍ଲ ଏବଂ ସୁନିତା ମହାପାତ୍ର କାର୍ଯ୍ୟକ୍ରମ ରେ ସହାୟତା ପ୍ରଦାନ କରିଥିଲେ ।

No Result
View All Result