୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :- ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ଶିଶୁ ଅନନ୍ତ ମହାବିଦ୍ୟାଳୟର ଆଜି ପୂର୍ବାହ୍ନ ରେ ୪୭ ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ମଧୁମିତା ରଥଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନର ଖେଳପଡିଆ,ଶ୍ରେଣୀଗୃହ, ପ୍ରେକ୍ଷାଳୟ ନଥିବା ସହିତ ଅଧ୍ୟାପକ ନଥିବା ଭଳି ଦୟନୀୟ ସ୍ଥିତି ସମ୍ପର୍କରେ ଜାଣି କ୍ଷୋଭ ପ୍ରକାଶ କରିଥିଲେ ଏବଂ ଆଗାମୀ ଦିନରେ ଏହାର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ।

ଅନୁଷ୍ଠାନର ପୁରାତନ ଛାତ୍ର ଭାବରେ ସେ ଏଥିପାଇଁ ସମଗ୍ର ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ। ମୁଖ୍ୟ ବକ୍ତାଭାବେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ୍ ରଣଜିତ୍ କୁମାର ପ୍ରଧାନ ଯୋଗଦେଇ ପ୍ରତ୍ୟେକ ଅନୁଷ୍ଠାନର ବିକାଶ ପାଇଁ ମିଳିତ ସହଯୋଗ ଓ ଆନ୍ତରିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଅଧ୍ୟାପିକା ରଶ୍ମିତା ମହାପାତ୍ର ମଞ୍ଚାସୀନ ଥିଲେ।ପ୍ରାରମ୍ଭରେ ଅଧ୍ୟାପିକା ଅର୍ଚ୍ଚନା ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ ପରେ ଛାତ୍ରମାନେ ସ୍ଵାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଏହା ପରେ ଅଧ୍ୟାପିକା ମାନସୀ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ।















