୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ରାଣୀ ଶୁକଦେଈ ସ୍ମୃତି ପରିଷଦ ଆନୁକୁଲ୍ୟରେ ବୀରାରାଣୀ ଶୁକଦେଈଙ୍କ ୨୯୯ତମ ପୂଣ୍ୟ ତିଥି ଦିବସ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଗୃହ ଠାରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ବାଙ୍କୀର ରାଜା ସାହେବ ଦୁର୍ଗାମାଧବ ଶ୍ରୀଚନ୍ଦନ ମହାପାତ୍ର ସଭାପତିତ୍ୱ କରିଥିଲେ । ପରିଷଦର ସମ୍ପାଦକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ । ଉପସଭାପତି କବି ରବିନାରାୟଣ ମଙ୍ଗରାଜ ଅତିଥି ପରିଚୟ ପ୍ରଦାନ ସହ ସଭା ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ମାଣିଆ ବନ୍ଧ ମହାବିଦ୍ୟାଳୟ ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସାରଦା ନନ୍ଦ ଦାସ ଯୋଗଦାନ କରି ରାଣୀ ଶୁକଦେଈଙ୍କ ବୀରତ୍ୱ ଓ କ୍ଷମାଶୀଳ ନୀତି ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟବକ୍ତା ଭାବେ ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ବଡମ୍ବାର ଓଡ଼ିଆ ବିଭାଗୀୟ ମୁଖ୍ୟ ଡକ୍ଟର ଅରବିନ୍ଦ ନାୟକ ଯୋଗଦାନ କରି ରାଣୀଙ୍କ ଯୁଦ୍ଧ ଇତିହାସ ବର୍ଣ୍ଣନା କରିବା ସହିତ ଖୋର୍ଦ୍ଧା ରାଜାଙ୍କୁ ପରାସ୍ତ କରି କ୍ଷମାପ୍ରଦାନ କରିଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଗଡର ଐତିହାସିକ ଶଙ୍କର ସାହୁ, କବି କୌଶିକ ନାୟକ, କବି ନରୋତ୍ତମ ବେହେରା ଓ ଐତିହାସିକ ପ୍ରଫେସର ଲକ୍ଷ୍ମଣ କୁମାର ମନ୍ତ୍ରୀ ଯୋଗଦାନ କରି ରାଣୀଙ୍କ ଗାରିମା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଖୋର୍ଦ୍ଧାର ଐତିହାସିକ ଶଙ୍କର ସାହୁ, ନାରୀକବି କଳ୍ପନା ରାଉତ,
ରାଣୀଶୁକଦେଈ ଛାତ୍ରୀ ନିବାସର ଗଣିତ ବିଭାଗର ଶ୍ରେଷ୍ଠ ଛାତ୍ରୀ ଶୁଭସ୍ମିତା ମହାରଣା, ଉଦ୍ଭିଦ ବିଜ୍ଞାନ ବିଭାଗର ଶ୍ରେଷ୍ଠ ଛାତ୍ରୀ ମିମାଂସା ଜେନା ଓ ପ୍ରାଣୀ ବିଜ୍ଞାନ ବିଭାଗର ଶ୍ରେଷ୍ଠ ଛାତ୍ରୀ ସୋନାଲିକା ସାହୁଙ୍କୁ ରାଣୀ ଶୁକଦେଈ ପ୍ରତିଭା ସମ୍ମାନ-୨୦୨୫ରେ ମାନପତ୍ର , ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ ମନୋଜ୍ଞ କବିତା ପାଠୋତ୍ସବକୁ କବି ବଂଶୀଧର ମହାପାତ୍ର ସଂଯୋଜନା କରିଥିଲେ । କବି ପବନୀ ଜେନା ,ଚନ୍ଦ୍ରକାନ୍ତି ସିଂହ, ସଂଜୀବ ଦାସ, ଲଲାଟେନ୍ଦୁ ପଣ୍ଡା, ସକୁନ୍ତଳା ମଲିକ , ସୁରେଶ୍ୱର ବେହେରା, ହରିବନ୍ଧୁ ପଣ୍ଡା, ପ୍ରଫୁଲ ସାହୁ, ମନ୍ମଥ ସ୍ୱାଇଁ, ଆଲୋକରଞ୍ଜନ ରାଉତ, ଭାଗ୍ୟଶ୍ରୀ ନାୟକ ପ୍ରମୁଖ ବହୁକବି ଯୋଗଦାନ କରି ରାଣୀ ଶୁକଦେଈଙ୍କ ସଂପର୍କରେ ନିଜସ୍ୱ କବିତା ପାଠ କରିଥିଲେ । ଶେଷରେ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।














