0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ତା.୦୧.୦୨.୨୦୨୫ରିଖ ଠାରୁ ତା.୦୩.୦୨.୨୦୨୫ରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜୟଦେବ ଭବନଠାରେ ଶ୍ରୀମତୀ ଶିବାନୀ ନାୟକଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଅଛି। ପ୍ରକାଶଥାଉ କି ଶ୍ରୀମତୀ ନାୟକଙ୍କ ଉକ୍ତ ପ୍ରଦର୍ଶନୀରେ ୪୦ ରୁ ୫୦ଟି ଚିତ୍ରକଳା ଉପସ୍ଥାପନା ହେଉଅଛି ।

ତା.୦୧.୦୨.୨୦୨୫ରିଖ ଦିବା ଘ.୧୦.୩୦ ମି. ସମୟରେ ଉକ୍ତ ପ୍ରଦର୍ଶନୀକୁ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଉଦ୍ଘାଟନ କରିବେ । ଏହା ସହିତ ଉକ୍ତ ପ୍ରଦର୍ଶନୀରେ ବିଶିଷ୍ଟ ଶିଳ୍ପୀ ଶ୍ରୀ ମାନସ ରଜନ ଜେନା ଯୋଗଦେବେ ।
















