୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଗାମୀ ନାକ୍ କମିଟି ପରିଦର୍ଶନ ଆସିବା ସଂପର୍କରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଓ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ବରିଷ୍ଠ ସଦସ୍ୟ ପ୍ରଫେସର ସୁସ୍ମିତ୍ ପ୍ରସାଦ ପାଣି ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଭୂତତ୍ତ୍ୱ୍ୱ ବିଭାଗର ପ୍ରଫେସର ଡକ୍ଟର ଶ୍ରୀରୂପ ଗୋସ୍ୱାମୀ ଯୋଗଦାନ କରି ନାକ୍ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ । ଏଥି ସହିତ କଲେଜର ବିଭିନ୍ନ ବିଭାଗ , ପାଠାଗାର, ବିଜ୍ଞାନଗାର, ଛାତ୍ର ଓ ଛାତ୍ରୀ ନିବାସ ବୁଲିବା ସହ ପୁରାତନ ଛାତ୍ରମାନଙ୍କ ସହିତ ବିିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।















