No Result
View All Result
01 ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଶାରେ ଅବସ୍ଥାପିତ ଡ୍ରୋନ ଟେକ୍ ଷ୍ଟାର୍ଟଅପ ବନ୍ଭି ଏରୋ, ଏକ ଟେକ୍ନୋଲୋଜି କେନ୍ଦ୍ରିତ ଭେଂଚର ଫଣ୍ଡ ୟୁନିକର୍ଣ୍ଣ ଇଣ୍ଡିଆ ଭେଂଚର୍ସଠାରୁ ନିବେଶ ହାସଲ କରିଛି । ଭୁବନେଶ୍ୱରରେ ଉତ୍କର୍ଷ ଓଡିଶା ୨୦୨୫ ସମ୍ମିଳନୀରେ ଏହି ନିବେଶ ସମ୍ପର୍କରେ ଘୋଷଣା କରାଯାଇଛି । ବନ୍ଭି ଏରୋ ପୂର୍ବରୁ ଟେସ୍ଲା ଓ ମାଇକ୍ରୋସଫ୍ଟରେ ନିବେଶ କରିବା ପାଇଁ ପରିଚିତ ୟୁଏସ୍ ଭେଂଚର କ୍ୟାପିଟାଲିଷ୍ଟ ଟିମ ଡ୍ରେପରଙ୍କଠାରୁ ପାଣ୍ଠି ହାସଲ କରିଥିଲା । ଏସମ୍ପର୍କରେ ବନ୍ଭି ଏରୋର ପ୍ରତିଷ୍ଠାତା ଓ ସିଇଓ ସତ୍ୟବ୍ରତ ଶତପଥୀ କହିଛନ୍ତି, “ଏହି ଫଣ୍ଡିଂ ପ୍ରତିରକ୍ଷା, ପରିବହନ ଓ ଜରୁରୀକାଳିନ ସେବା ପାଇଁ ଇଭିଟିଓଏଲ୍ ଓ ଅଟୋନୋମସ ଡ୍ରୋନ ଟେକ୍ନୋଲୋଜି କ୍ଷେତ୍ରରେ ଆମର ଗବେଷଣାକୁ ଆହୁରି ଆଗକୁ ବଢାଇବାରେ ସାହାଯ୍ୟ କରିବ ।
”ସେହିପରି ୟୁନିକର୍ଣ୍ଣ ଇଣ୍ଡିଆ ଭେଂଚର୍ସର ଭାସ୍କର ମଜୁମଦାର କହିଛନ୍ତି, “ଆମେ ଗତ ୪ ବର୍ଷ ହେବ ଷ୍ଟାର୍ଟଅପ ଓଡିଶା ସହ ମିଶି କାର୍ଯ୍ୟ କରିଆସୁଛୁ । ଆମ ନିକଟରେ ବିଭିନ୍ନ ଶିଳ୍ପରେ ୩ଟି ନିବେଶ ରହିଛି, ସମସ୍ତ ୩ଟି ନିବେଶ ଡିପ୍ ଟେକ ସେକ୍ଟରଗୁଡିକରୁ ଆସିଛି । ଆମେ ଆସନ୍ତା କିଛି ବର୍ଷ ମଧ୍ୟରେ ଓଡିଶାରେ ୮୦ରୁ ୧୦୦ କୋଟି ଟଙ୍କା ନିବେଶ କରିବା ପାଇଁ ପ୍ରତିବଦ୍ଧ ରହିଛୁ ।” ନୂତନ ଜ୍ଞାନକୌଶଳ ଏବଂ ଉଦ୍ଭାବନ ଉପରେ ଗୁରୁତ୍ୱ ଦେଉଥିବା ଶିଳ୍ପ ପ୍ରତି ଓଡ଼ିଶାର ବଢୁଥିବା ଆଗ୍ରହକୁ ଏହି ପୁଞ୍ଜିନିବେଶ ସମର୍ଥନ କରୁଛି । ଏହା ଡିପ୍-ଟେକ ସେକ୍ଟରରେ ଏହି ଅଂଚଳର ସମ୍ଭାବନାକୁ ଆଲୋକପାତ କରୁଛି ବୋଲି ଓଡିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ମୁଖ୍ୟ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତି । ବନ୍ଭି ଏରୋ ହିମାଳୟର ଭୂଭାଗ ପାଇଁ ଚାଳକବିହୀନ ଏରିଏଲ ଲିଜିଷ୍ଟିକ୍ ପାଇଁ ହେଭି ଲିଫ୍ଟ ଟ୍ରାନ୍ସପୋର୍ଟ କ୍ଲାସ ଏରିଏଲ ମୋବିଲିଟି ପ୍ଲାଟ୍ଫର୍ମଗୁଡିକର ଡିଜାଇନ ଓ ନିର୍ମାଣ କରୁଛି ।
ଭାରତୀୟ ସେନା ଦ୍ୱାରା ବ୍ୟବହାର କରାଯାଉଥିବା ଏହାର ଏୟାର ଓର୍କା ପ୍ଲାଟ୍ଫର୍ମକୁ ୧୬୦୦୦ ଫୁଟ୍ ଉଚ୍ଚତାରେ ଭାରି ମାଲ୍ ପରିବହନ ପାଇଁ ପ୍ରସ୍ତୁତ କରାଯାଇଛି । ନିକଟରେ କମ୍ପାନୀକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ମ୍ୟାନ୍ଡ ଏରିଏଲ ସିଷ୍ଟମ୍ସ ହେଭି ଲିଫ୍ଟ କାପାବିଲିଟି (ୟୁଏଏସ୍ଏଚ୍ଏଲ୍ସି) ଫ୍ରେମ୍ୱର୍କରେ ଯୋଗ ଦେବା ପାଇଁ ଚୟନ କରାଯାଇଛି । ଏହାପୂର୍ବରୁ କମ୍ପାନୀ ମିଟ୍ ଦ ଡ୍ରେପର୍ସ ସିଜନ ୬ର ଆନ୍ତର୍ଜାତୀୟ ବିଜେତା ହୋଇଛି । ଓଡିଶା-ଭିତିକ ବନ୍ଭି ଏରୋ ଏହାର ଅନୁସନ୍ଧାନ ଓ ବିକାଶମୂଳକ ପ୍ରୟାସଗୁଡିକୁ ବିସ୍ତାର କରିବା, ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଓ ଶିଳ୍ପ ହିତାଧିକାରୀଙ୍କ ସହ ସହଭାଗିତା କରିବା ପାଇଁ ଯୋଜନା ରଖିଛି । ଏହି ଷ୍ଟାର୍ଟଅପ ଫାର୍ମ ସରକାରୀ ଓ ବାଣିଜ୍ୟିକ ପରିଚାଳନାଗୁଡିକରେ ସହଯୋଗ କରିବା ପାଇଁ ବିସ୍ତୃତ ସମାଧାନଗୁଡିକ ଉପରେ କାର୍ଯ୍ୟ ଜାରି ରଖିଛି ।

No Result
View All Result