No Result
View All Result
୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :- ସାରା ଓଡିଶା ରେ ମହାବୀର କ୍ଷେତ୍ର ଭାବରେ ପରିଚିତ , ମହାବୀର କ୍ଷେତ୍ର ରେ ମାଂକଡ ଉପଦ୍ରବ । ,ଦଶପଲ୍ଲା ଏନଏସି ଅନ୍ତର୍ଗତ ୧୧ ଓ ୧୨ ନମ୍ବର ଓ୍ବାର୍ଡ ଓ୍ୱାର୍ଡରେ କିଛି ଦିନ ହେବ ମାଙ୍କଡ଼ଙ୍କ ଉପଦ୍ରବ ଲୋକଙ୍କୁ ଅତିଷ୍ଠ କରିଦେଲାଣି। ପରିସ୍ଥିତି ଏଭଳି ହେଉଛି ଯେ, ଲୋକେ ଦିନ ତମାମ କବାଟ ତାଟି ବନ୍ଦ କରି ଘର ଭିତରେ ରେ ରହିବାକୁ ପଡ଼ୁଛି।
ମହିଳା ମାନେ ଭୟରେ କୂଅ – ପୋଖରୀକୁ ଯାଇ ପାରୁନାହାନ୍ତି। ବାଡ଼ି– ବଗିଚାରେ ବ୍ୟାପକ ଫସଲ ହାନି ଘଟିଲାଣି । କୁନି କୁନି ପିଲା ମାନେ ବିଦ୍ୟାଳୟକୁ ପାଠ ପାଠ ପଢି ଯିବାକୁ ମଧ୍ଯ ଭୟ କଲେଣି। ମାଙ୍କଡ଼ଙ୍କ ଉପଦ୍ରବକୁ ରୋକିବା ନିମନ୍ତେ ବିଭାଗୀୟ ପଦକ୍ଷେ ଅନିବାର୍ଯ୍ୟ ହୋଇ ପଡିଛି।

No Result
View All Result