No Result
View All Result
୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଊଦୟଗିରି :- ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ତଥା ସମସ୍ତ ପ୍ରକାର ସୁଷମା ବିମଣ୍ଡିତ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ସେବାଶ୍ରମ ବିଦ୍ୟାଳୟ ଲିୟବ ( ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ) ଠାରେ ଗତ ୨୯ ତାରିଖ ବୁଧବାର ଦିନ ୧୦ ଘ. ସମୟରେ ଦ୍ୱିତୀୟ “ବାର୍ଷିକ ଉତ୍ସବ” ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସଭାପତି ଭାବେ ଶ୍ରୀ ନୟନ ରଞ୍ଜନ ମଣ୍ଡଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆଗଡ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଲିଙ୍ଗରାଜ କାର୍ଜି (ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆଗଡ), ମୁଖ୍ୟ ଅତିଥି ଭାବେ ଏଲିଓ ସାୟା (ସି.ଆର.ସି.ସି ) ଅତରସିଂ , ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ସୋମ୍ବରା ମଣ୍ଡଳ,
ପରିମଳ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ଶ୍ରୀ କାର୍ତ୍ତିକ ପାଇକ, ତଟରଙ୍ଗ ଆଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ଶ୍ରୀ ପି. ଭାସ୍କର ରାଓ, ଅତରସିଂ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ଶ୍ରୀ ବେଦବର ଜେନା, ଅବାରସିଂ ଆଶ୍ରମ ବିଦ୍ୟାଳୟର ପ୍ରଧାନ ସେବିକା ଶ୍ରୀମତୀ ମିନତୀ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ସେବକ ଶ୍ରୀ ସରୋଜ କୁମାର ମିଶ୍ର ତଥା ଅନ୍ୟାନ ବର୍ଗର କର୍ମଚାରୀ ଅଙ୍ଗନାୱାଡି, ଆଶାକର୍ମୀ, ୱାର୍ଡସଭ୍ୟ, ଗ୍ରାମର ଭଦ୍ରବ୍ୟକ୍ତି ତଥା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ପ୍ରଭୃତି ଯୋଗ ଦେଇଥିଲେ ।
ଗୁପ୍ତେଶ୍ୱର ଭଜନ ସଂଘ ତରଫରୁ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ସେବକ ଶ୍ରୀ ଗୋବିନ୍ଦ ପାଇକ ବାର୍ଷିକ ବିବରଣୀ ପାଠ କରିଥିଲେ। ବାର୍ଷିକ ଉତ୍ସବ ନିମନ୍ତେ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା । ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇ ନୃତ୍ୟ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀମାନ ପ୍ରଭାତ କୁମାର ବାଡ଼ତ୍ୟା ମଞ୍ଚ ପରିଚାଳନା କରିଥିଲେ । ଶେଷରେ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ କର କମଳରେ ପୁରସ୍କୃତ କରାଯାଇଥିଲା ।

No Result
View All Result