No Result
View All Result
୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :-> ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ନିକଟ ପ୍ରାଚୀ ନଦୀର ତ୍ରିବେଣୀ ଘାଟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ବୁଡ଼ ପକାଇଛନ୍ତି । ପୀଠର ଆରାଧ୍ୟ ଦେବତା ପତିତ ପାବନଙ୍କ ପ୍ରଥମେ ସ୍ନାନନୀତି ସମ୍ପୂର୍ଣ ପରେ ଏଠାରେ ଅପେକ୍ଷାରେ ଥିବା ଶ୍ରଦ୍ଧାଳୁମାନେ ବୁଢ଼ ପକାଇଥିଲେ । ଶ୍ରଦ୍ଧାଳୁମାନେ ଏଠାରେ ବୁଡ଼ ପକାଇ ନିକଟ ବର୍ତୀ ପତିତପାବନ , ତ୍ରିବେଣୀଶ୍ୱର୍, ବେଲେଶ୍ୱର, ଗୋକର୍ନେଶ୍ୱର୍, କପିଳେଶ୍ୱରଙ୍କ ଶୈବ୍ୟ ପୀଠକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ,

ଏଠାରେ ବୁଡ଼ ପକାଇଲେ କୋଟି ଜନ୍ମର ପୂର୍ଣ୍ଣ ଲାଭ ହୁଏ ବୋଲି ବିଶ୍ବାସ ରହିଥିବାରୁ ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁମାନେ ଏଠାରେ ବୁଡ଼ ପକାଇଥାନ୍ତି । ପ୍ରତି ବର୍ଷ ଏହି ମାଘ ମାସ ଅମାବାସ୍ୟା ତିଥିରେ ଉକ୍ତ ପୁରାଣ ବର୍ଣ୍ଣିତ ପ୍ରାଚୀ ତ୍ରିଧାରା ତ୍ରିବେଣୀ ଘାଟରେ ବୁଡ଼ ପକାଇ ଥାଆନ୍ତି , ପୂର୍ବରୁ ଏଠାରେ ଏହି ଅବସରରେ ଅନୁଷ୍ଠିତ ହେଉଥିବା ତ୍ରିବେଣୀ ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା ।

ତେବେ ପରବର୍ତ୍ତୀ କାଳରେ ପୂର୍ବ ଭଳି ମେଳା ଅନୁଷ୍ଠିତ ହେଉ ନ ଥିଲେ ମଧ୍ୟ ପୂର୍ବ ଗରିମାକୁ ଉଜବିତ କରିବା ପାଇଁ ତ୍ରିବେଣୀ ମହୋତ୍ସବର ୪/୫ ବର୍ଷ ହେବ କରାଯାଉଛି, ଯାହାଫଳରେ ଏଠାରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହେଉଛନ୍ତି। ତ୍ରିବେଣୀ ମହୋତ୍ସବ ଅବସରରେ ୩ ଦିନ ଧରି ଘଟ ନୃତ୍ୟ, ପାଇକ ଆଖଡ଼ା, ମେଲୋଡି, ମଙ୍ଗଳା ନୃତ୍ୟ, ଓଡ଼ିଶୀ, କମେଡିଆନ, ମା, କୁତାମ ଚଣ୍ଡୀ ନୃତ୍ୟ, ସମ୍ବଲପୁରୀ, ମେଲୋଡି, ଦ୍ୟାନ୍ସ ଗ୍ରୁପ, ଗୋଟି ପୁଅ ନୃତ୍ୟ ଆଦି ଏହି ସବୁ କାର୍ଯ୍ୟକ୍ରମ ରହିଛି l


No Result
View All Result