No Result
View All Result
୨୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଚିଲିକା :- ନାଚୁଣୀ ମହାବିଦ୍ୟାଳୟ ର ୨୦୨୪-୨୫ ଶିକ୍ଷା ବର୍ଷ ର ବାର୍ଷିକ ଉତ୍ସବ ଅବସରରେ ବିଜ୍ଞାନ ସଂସଦ ର ୪୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡ଼ଃ ଶରତ କୁମାର ଦଳେଇ, ନିର୍ଦ୍ଦେଶକ ଏବଂ ବିଭାଗୀୟ ମୁଖ୍ୟ, ବିଜ୍ଞାନ ପ୍ରତିଷ୍ଠାନ,ନିର୍ମା ବିଶ୍ଵ ବିଦ୍ୟାଳୟ, ଅହମଦାବାଦ, ଉଦ୍ ଘାଟକ ଭାବେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ପ୍ରାକ୍ତନ ବିଧାୟକ ଡ଼ାକ୍ତର ବିଭୂତି ଭୂଷଣ ହରିଚନ୍ଦନ,

ସମ୍ମାନିତ ଅତିଥି ତଥା ସମ୍ବର୍ଦ୍ଧିତ ପ୍ରତିଭା ଭାବେ ଉକ୍ତ ମହାବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରି ତାଲିମ ରେ ଥିବା ହର ପ୍ରସାଦ ମହାପାତ୍ର ଯୋଗଦେଇ ଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ ପୌରୋହିତ୍ୟ କରିଥିଲେ। ଆନୁଷ୍ଠାନିକ ଭାବେ ଜଗନ୍ନାଥ ଙ୍କ ବିଗ୍ରହ ସମ୍ମୁଖରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଅଜିତ୍ ମିଶ୍ର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଛାତ୍ରୀ ମାନେ ଚିତ୍ତାକର୍ଷକ ପ୍ରାରମ୍ଭିକ ବୃନ୍ଦ ସଙ୍ଗୀତ ଗାନ କରିଥିଲେ।

ବିଜ୍ଞାନ ସଂସଦ ର ଉପ ସଭାପତି ପ୍ରଫେସର ରୁଦ୍ର ପ୍ରତାପ ନରେନ୍ଦ୍ର ସିଂ ବର୍ମା ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ।ପ୍ରାଧ୍ୟାପିକା ସୁଶ୍ରୀ ସଙ୍ଗୀତା ସାହୁ ମହାବିଦ୍ୟାଳୟ ର ବିଜ୍ଞାନ ବିଭାଗର ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ ସମ୍ବର୍ଦ୍ଧିତ ପ୍ରତିଭା ହରପ୍ରସାଦ ମହାପାତ୍ର ଏବଂ ପ୍ରାକ୍ତନ ଛାତ୍ରୀ ତଥା ନାସାରେ ବୈଜ୍ଞାନିକ ଭାବରେ ନିଯୁକ୍ତି ପାଇଥିବା ସୌମ୍ୟାଶ୍ରୀ ବରାଳ ଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ସମସ୍ତ ବକ୍ତା ଆଗାମୀ ପରିବର୍ତ୍ତିତ ସମୟରେ ଦେଶ ଓ ସମାଜ ରେ ବିଜ୍ଞାନ ର ପ୍ରବହମାନ ଧାରାରେ ସାମିଲ୍ ହେବା ପାଇଁ ଅଧ୍ୟୟନ ଶୀଳ ହେବାକୁ ଉଦ୍ ବୋଧନ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କ୍ରୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇ ଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଲୀନା ନଦୀଜା ସନ୍ ଯୋଜନା କରିଥିବା ବେଳେ ଅଧ୍ୟାପିକା ସି ମଞ୍ଜୁଲତା ଧନ୍ୟବାଦ ପ୍ରଦାନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହୋଇଥିଲା।


No Result
View All Result