No Result
View All Result
୨୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଟ୍ରେନ୍ ମାଧ୍ୟମରେ ଟିକେଟ୍ ବିହୀନ ଏବଂ ଅନିୟମିତ ଟିକେଟ୍ ଯାତ୍ରାକୁ ରୋକିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଦ୍ୱାରା ନିରାକାରପୁର ରେଳବାଇ ଷ୍ଟେସନରେ ଏକ ସ୍ଵତନ୍ତ୍ର ଟିକେଟ୍ ଯାଞ୍ଚ କରଯାଇଥିଲା।ଶ୍ରୀ ଏସ୍ ହୋରୋ,ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ, ବାଣୀଜ୍ୟ ନିରୀକ୍ଷକ, ଟିକେଟ୍ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳଙ୍କୁ ନେଇ ଏକ ଟିମ୍ ନିରାକାରପୁର ରେଳବାଇ ଷ୍ଟେସନ ରେ ଏବଂ ସେହି ଷ୍ଟେସନ ଦେଇ ଯାଉଥିବା ଟ୍ରେନରେ ଅଚାନକ ଟିକେଟ୍ ଯାଞ୍ଚ ଅଭିଯାନ କରିଥିଲେ ।

ଉପରୋକ୍ତ ଟିକେଟ୍ ଯାଞ୍ଚ ଅଭିଯାନ ସମୟରେ,୮୭ଟି ବିନା ଟିକେଟ୍ ଯାତ୍ରୀ ଚିହ୍ନଟ ହେଇଥିଲେ ଏବଂ ଏହି ଯାତ୍ରୀ ମାନଙ୍କ ଠାରୁ ଭଡା ସହିତ ଜୋରିମାନା ଆକାରରେ ୨୯.୭୬୫ ଟଙ୍କା ସଂଗ୍ରହ କରାଯାଇଥିଲା । ନିରାକାରପୁର ଷ୍ଟେସନରେ ଏହି ଅଚାନକ ଟିକେଟ୍ ଯାଞ୍ଚ ଅଭିଯାନ ଯୋଗୁଁ ନିରାକାରପୁର ଏବଂ ନିକଟସ୍ଥ ଷ୍ଟେସନ ଗୁଡ଼ିକରେ କାଉଣ୍ଟରସ୍ ଟିକେଟ୍ ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଛି ।

ଯେ କୌଣସି ଅସାଧୁ କାର୍ଯ୍ୟ କଳାପକୁ ରୋକିବା ପାଇଁ, ତତ୍କାଲ ଟିକେଟ ସଂରକ୍ଷଣ ବୁକିଂ ଅବଧି ସମୟରେ, ନିରକାରପୁର ଟିକେଟ ବୁକିଂ କାଉଣ୍ଟର ଉପରେ କଡା ନଜର ରଖାଯାଇଥିଲା,ଯାହା ଦ୍ୱାରା କେବଳ ପ୍ରକୃତ ଯାତ୍ରୀମାନେ ତତ୍କାଲ ଟିକେଟର ସୁବିଧା ପାଇପାରିବେ। ପ୍ରକୃତ ଟିକେଟଧାରୀ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଏବଂ ରେଳ ରାଜସ୍ୱରେ ହ୍ରାସକୁ ରୋକିବାପାଇଁ,
ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଦ୍ୱାରା ବିଭିନ୍ନ ରେଳ ଷ୍ଟେସନରେ,ଏହି ପ୍ରକାରର ଟିକେଟ୍ ଯାଞ୍ଚ ଅଭିଯାନ କରାଯାଉଛି। ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ’ହେବା ପାଇଁ ଉପଯୁକ୍ତ ଟିକେଟ୍ ପ୍ରାଧିକରଣ ସହିତ ଟ୍ରେନରେ ଯାତ୍ରା କରିବାପାଇଁ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ,ଶ୍ରୀ ଅନୀଲ କୁମାର ଏସ୍. ଯାତ୍ରୀମାନଙ୍କୁ ନମ୍ରତାର ସହିତ ଅନୁରୋଧ କରିଛନ୍ତି ।

No Result
View All Result