୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।
ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଓ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ୱା. ବି. ଖୁରାନିଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ମହେଶ ରାହାଙ୍ଗ୍ଲେ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ ।

ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ୮.୩୦ ମିନିଟ୍ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେଡ୍ କମାଣ୍ଡର ଶ୍ରୀ ଶୁଭମ୍ ଭୋସଲେ ପ୍ୟାରେଡ୍ ପରିଚାଳନା କରିଥିଲେ । ଦ୍ୱିତୀୟ ପରିଚାଳକ ଭାବେ ଡେପୁଟି କମାଣ୍ଡାଣ୍ଟ ଶ୍ରୀ କୌଶିକ୍ କୁମାର ନାୟକ ଏବଂ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ଜେନା ପ୍ୟାରେଡ୍ ପରିଚାଳନାରେ ସହାୟତା କରିଥିଲେ ।

ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ୧୭ଟି ସାମରିକ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ୨୬ଟି ବେସାମରିକ ଦଳ ସମୁଦାୟ ୪୩ଟି ଦଳ ମିଳିତ ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିଲେ । ସମ୍ମିଳିତ ପ୍ୟାରେଡ୍ ଅନୁଷ୍ଠିତ ହେବା ପରେ ପରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
କଟକ ଚୌଦ୍ୱାର ସଂଗୀତ କଳା ସଂସଦ ପକ୍ଷରୁ ପାରମ୍ପରିକ ଘୋଡ଼ାନାଚ, ରାୟଗଡ଼ା ଜିଲ୍ଲା ମା’ ସନ୍ତୋଷୀ କଳା ପ୍ରତିଷ୍ଠାନ ଦ୍ୱାରା ଜନଜାତିମାନଙ୍କ ଢେମ୍ସା ନୃତ୍ୟ, କେନ୍ଦୁଝର ଜିଲ୍ଲାର ଆଦିମ ସଂସ୍କୃତି ସଂଗଠନ ପକ୍ଷରୁ ହୋ-ମୁଣ୍ଡା ନୃତ୍ୟ ଓ ସମ୍ବଲପୁରର ରଙ୍ଗଫରୁଆ ସଂଗଠନର କଳାକାରବୃନ୍ଦଙ୍କ ଦ୍ୱାରା ସମ୍ବଲପୁରୀ ଢାପ୍ ବଜନିଆଁ ନୃତ୍ୟ ପରିବେଷଣ ଉତ୍ସବକୁ ମନୋମୁUକର କରିଥିଲା ।

ଏହା ପରେ ‘ସମୃଦ୍ଧ ଓଡ଼ିଶା-ଐତିହ୍ୟ ଏବଂ ବିକାଶ’ର ବାର୍ତ୍ତର୍ା ବହନ କରୁଥିବା ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ । ମହିଳା ଓ ଶିଶୁ ବିକାଶ (ସୁଭଦ୍ରା), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଆୟୁଷ୍ମାନ ଆରୋଗ୍ୟ ମନ୍ଦିର), ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ(ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ (ଭୌଗୋଳିକ ସୂଚକାଙ୍କ ମାନ୍ୟତାପ୍ରାପ୍ତ ଉତ୍ପାଦ),
























