No Result
View All Result
୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ମନୋବିଜ୍ଞାନ ବିଭାଗ ଆନୁକୁଲ୍ୟରେ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟା ଡକ୍ଟର ଅବନ୍ତୀକା କର ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ମୁଖ୍ୟଅତିଥି ଭାବେ ପୂର୍ବତନ ବିଭାଗୀୟ ମୁଖ୍ୟ ଡକ୍ଟର ମୁରଲୀଧର ରଥ ଯୋଗଦାନ କରି ଭଲ ପାଠ ପଢ଼ିବା ସହିତ ସବୁବେଳେ ଶ୍ରେଣୀ ଗୃହରେ ଉପସ୍ଥିତ ରହିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପିକା ଅର୍ପିତା ଅପରଜିତା, ଅଧ୍ୟାପିକା ଜୟଶ୍ରୀ ଷଡଙ୍ଗୀ , ସୁଜିତ୍ ସାହୁ, ପଦ୍ମଜା ମହାରଣା ଓ ଅଭିଭାବକମାନେ ପ୍ରମୁଖ ଯୋଗଦାନ କରି ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ପରୀକ୍ଷା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଅଧ୍ୟାପିକା ଜୟଶ୍ରୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result