୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :-> ଏହି ବୈଠକ ରେ ଯୁବ ସରପଞ୍ଚ ଜିଖରୀୟ ମାଝୀ ଙ୍କ ସଭାପତିତ୍ବରେ 10 ନମ୍ବର ଜୋନ ର 13 ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ସମସ୍ତ ସମିତି ତଥା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବୁଦ୍ଧି ଯିବି ଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଚନ୍ଦ୍ରଗିରି କୁ ନୂତନ ବ୍ଲକ ଭାବେ କିପରି ଗଠନ କରାଯିବ ସେନେଇ ଆଲୋଚନା କରିବାସହ ସମସ୍ତଙ୍କ ମତାମତ ଉପସ୍ଥାପନା ହୋଇଥିଲା । ସମସ୍ତଙ୍କ ସହମତି କ୍ରମେ ଚନ୍ଦ୍ରଗିରି ଠାରେ ନୂତନ ବ୍ଲକ ଗଠନ କରାଯିବା ନେଇ ଆଞ୍ଚଳିକ ଉନ୍ନୟନ ପରିଷଦ ଆଗକୁ ଅଣ୍ଟା ଭିଡ଼ିଛି।

ତେବେ ରାଜ୍ୟର ଦ୍ଵିତୀୟ ବୃହତ୍ତମ ଭାବେ ମୋହନା ବ୍ଳକ ରହିଥିବା ବେଳେ ଏହି ବ୍ଲକ କୁ ବିଭାଜନ କରାଯିବା ନେଇ ସୂଚନା ମିଳିଥିବା ସାଧାରଣରେ ଚର୍ଚା ହେଉଛି । ଯାହାକି ସମସ୍ତ ଦୃଷ୍ଟି କୋଣରୁ ଚନ୍ଦ୍ରଗିରି ଉପଯୁକ୍ତ ବୋଲି ସଭାପତି ଜିଖରିୟ ମାଝୀ ଦାବି କରିଛନ୍ତି । କହିବାକୁ ଗଲେ ଗମନା ଗମନା ଲାଗି ସମସ୍ତ ପଞ୍ଚାୟତ କୁ ସୁବିଧା ରହିଛି । ଶିକ୍ଷା କ୍ଷେତ୍ରରେ ସରକାରୀ 4 ଟି ବିଦ୍ୟାଳୟ ରହିଛି , ସ୍ଵାସ୍ଥ୍ୟ ସେବା ଲାଗି ଜିଲ୍ଲାର ଦ୍ଵିତୀୟ ସ୍ଵାସ୍ଥ୍ୟ କେନ୍ଦ୍ର ରହିଛି । ଥାନା ଲାଗି ବହୁତ ବଡ଼ ପୋଲିସ ଫାଣ୍ଡି ରହିଛି ଏପରିକି ଚନ୍ଦ୍ରଗିରି ଜାତୀୟ ରାଜପଥ 326A ରେ ରହିଥିବା ହେତୁ ସମସ୍ତ ଗମନା ଗମନ ଲାଗି ସୁବିଧା ହେବା ସହ ଏହା ଏକ ଯୋଗ୍ୟ ସ୍ଥାନ ବୋଲି ମତ ରଖିଛନ୍ତି ।















