No Result
View All Result
୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାହାଜପାଣି ପଞ୍ଚାୟତ ଫୁଲୁକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ୧୮ତମ ବାର୍ଷିକ ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ମୁଖ୍ୟ ବକ୍ତା ରୂପେ ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ବଳଭଦ୍ର ଦାଶ,

ସମ୍ମାନୀତ ଅତିଥି ରୂପେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ସମିତି ସଭ୍ୟ ଉପେନ୍ଦ୍ର ଭୋଇ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ, ବ୍ଲକ ସହ ଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡ଼ଙ୍ଗୀ,ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ଖବର ଦାତା ଡ଼ ଅଭୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ଛାତ୍ରୀ ଛାତ୍ର ଙ୍କ ଉତ୍ତମ ଚରିତ୍ର ଗଠନ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ ।

ଅତିଥି ମାନେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି, ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଗୋପି କୃଷ୍ଣ ଦଳାଇ ସଭା ପରିଚାଳନା କରିଥିବା ବେଳେ ଅତସି ସାହୁ,ଆମର ସିଂ ମାଝୀ, ସହଦେବ ପତି, ଗଗନ ସାହୁ, ଡିଲେଶ୍ୱର୍ ମେହେର,ଜଗବନ୍ଧୁ ବେହେରା, ଲିଙ୍ଗରାଜ ମାଝୀ, ଦାମୋଦର ମାଝୀ,ଶଙ୍ଖ ଧର ମାଝୀ, ଦୀନବନ୍ଧୁ ଚାର ବେମାଲ ପ୍ରମୁଖ ବିଦ୍ୟାଳୟ କର୍ମଚାରୀ, ଶିକ୍ଷୟିତ୍ରୀ ଶିକ୍ଷକ, ଅଭିଭାବକ, ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ଭୁବନେଶ୍ଵର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result