• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସରିଲା ଏକାମ୍ର ଉତ୍ସବ, ଶେଷ ସନ୍ଧ୍ୟାରେ ଦୁଲୁକିଲା ମଞ୍ଚ, ରୁକୁସୁନା ସମ୍ବଲପୁରୀ ଗୀତର ତାଳରେ ଝୁମିଲା ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
January 17, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସରିଲା ଏକାମ୍ର ଉତ୍ସବ, ଶେଷ ସନ୍ଧ୍ୟାରେ ଦୁଲୁକିଲା ମଞ୍ଚ, ରୁକୁସୁନା ସମ୍ବଲପୁରୀ ଗୀତର ତାଳରେ ଝୁମିଲା ଭୁବନେଶ୍ୱର
Share on FacebookShare on TwitterWhatsapp

ରୋମାଞ୍ଚିତ କଲା ପାଇକ ଆଖଡ଼ା କଳା କୌଶଳ ।

୧୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର  :- ‘ଲଚକମଣୀ ଜୁରାବେଣୀ…. ଆଲୋମ ରିବନଫିତା…‘ ଏଟା କଣ ହେଲାରେ…. ମୋତେ ଲଭ ହେଲାରେ…. ’ ଏମିତି ମନଛୁଆଁ ଗୀତର ଗୁଞ୍ଜନ ଶୀତୁଆ ସନ୍ଧ୍ୟାକୁ ହଠାତ୍‌ ଉଷ୍ମ କରି ଦେଇଥିଲା । ଏକାସ୍ୱରରେ ଚିତ୍କାର କରି ନିଜ ସିଟ୍‌ରୁ ଉଠି ଯାଇଥିଲେ ଦର୍ଶକ । ‘ଏକାମ୍ର ଉତ୍ସବ’ର ଶେଷ ସନ୍ଧ୍ୟାରେ ଅନୁଷ୍ଠିତ ସଙ୍ଗୀତ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗାୟକ ରୁକୁସୁନା ମଞ୍ଚକୁ ଆସିବା କ୍ଷଣି ନିଜ ସିଟ୍‌ରୁ ଉଠିଯାଇ ମଞ୍ଚତଳେ ଗଦା ହୋଇ ଯାଇଥିଲେ ଶହ ଶହ ଦର୍ଶକ । ନା କାହା ହାତରୁ ମୋବାଇଲ ଖସୁଥିଲା ନା ପାଟିରୁ ବନ୍ଦ ହେଉଥିଲା ସଂଗୀତ ।

ଗୋଟିଏ ପରେ ଗୋଟିଏ ରୁକୁସୁନାଙ୍କ ସମ୍ବଲପୁରୀ ହିଟ୍‌ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ । ତାଙ୍କର ଗୀତଗୁଡ଼ିକୁ କିଏ ମୋବାଇଲ୍‌ରେ ରେକର୍ଡ କରି ରଖୁଥିଲା ତ କିଏ ଲାଇଭ୍‌ ଭିଡ଼ିଓ ତିଆରି କରି ସେୟାର୍‌ କରୁଥିଲା । ଗୀତ ଗୁଡ଼ିକ ଦର୍ଶକଙ୍କୁ ସତେ ଯେପରି ନାଚିବାକୁ ବାଧ୍ୟ କରିଦେଇଥିଲା । ଏହି ଉତ୍ସବ ରାଜଧାନୀବାସୀଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା । ରାଜଧାନୀରେ ୧୨ ଦିନ ଧରି ଚାଲିଥିବା ଏକାମ୍ର ଉତ୍ସବ ସହରବାସୀଙ୍କୁ ଏକ ଭରପୂର ମନୋରଞ୍ଜନର ଖୋରାକ ଦେଇଥିଲା । ଶେଷ ସନ୍ଧ୍ୟାରେ ସମ୍ବଲପୁରୀ କଣ୍ଠଶିଳ୍ପୀଙ୍କ ଲାଇଭ ପ୍ରଦର୍ଶନ ରହିଥିବା ବେଳେ ଅପୂର୍ବ ସନ୍ଧ୍ୟା ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା ।

ଷ୍ଟେଜରେ ଓଡ଼ିଆ ଓ ସମ୍ବଲପୁରୀର ଅନେକ ଗୀତ ଗାଇ ଦର୍ଶକଙ୍କ ମନ ଜିଣିଥିଲେ ରୁକୁ । ସେ ଷ୍ଟେଜରେ ଅନେକ ହିଟ୍ ନମ୍ବର ଗୀତଗୁଡିକୁ ଗାଇ ସମସ୍ତଙ୍କ ହୃଦୟ ଜିଣି ନେଇଥିଲେ । ସେହିପରି ରୁକୁସୁନାଙ୍କ ପୂର୍ବରୁ ଶେଷ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଦୀପ୍ତି ସ୍ୱାଇଁ, କ୍ଷୀରୋଦ ଅନେକ ହିଟ୍ ଓଡ଼ିଆ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିଣିଥିଲେ । ଖୋର୍ଦ୍ଧାର ପାଇକ ଆଖଡ଼ାର ପାଇକ ନୃତ୍ୟ ଅପୂର୍ଵ ଦୁଃଶାସିକ କଳା କୌଶଳ ସମସ୍ତଙ୍କୁ ରୋମାଂଚିତ କରିଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱରବାସୀଙ୍କୁ ନିଆରା ଏକ ଅନୁଭୂତି ଦେଇଥିବା ବେଳେ ପୁରା ଭୁବନେଶ୍ୱର ରକବ୍ୟାଣ୍ଡ ଓ ଗୀତ ତାଳେ ତାଳେ ବେଶ ନାଚିଥିଲେ ଝୁମିଥିଲେ ଓ ଗାଇଥିଲେ । ଆଉ ଖୁସିର ସମୟକୁ ନିଜ କ୍ୟାମେରାରେ କଏଦ କରି ରଖିଥିଲେ ।

ଓଡ଼ିଆ ଭାଷା, ସଂସ୍କୃତିକୁ ନେଇ ଆରମ୍ଭ ହୋଇଥିବା ଏକାମ୍ର ଉତ୍ସବ ଗୁରୁବାର ଶେଷ ହୋଇଛି । ଚଳିତ ଥର ଏକାମ୍ର ଉତ୍ସବରେ ଏକାଧିକ କାର୍ଯ୍ୟକ୍ରମ ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟକୁ ନେଇ ହୋଇଥିଲା । ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ପକ୍ଷରୁ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ “ଏକାମ୍ର ଉତ୍ସବ-୨୦୨୫”କୁ ଗତ ୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିଲେ । ପ୍ରବାସୀ ଭାରତୀୟ ଦିବସ (ପିବିଡି)ର ୧୮ତମ ସଂସ୍କରଣ ପାଳନ ନେଇ ଚଳିତ ଥର ଏହି ଉତ୍ସବକୁ ଭବ୍ୟ ଭାବେ ଆୟୋଜନ ହୋଇଥିଲା ।

ଏକାମ୍ର ଉତ୍ସବକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଥିଲା l ପାର୍କ ଉତ୍ସବ, ଖାଦ୍ୟ ମହୋତ୍ସବ, ସହର ଆଲୋକୀକରଣ, ଫ୍ଲି-ମାର୍କେଟ ଏବଂ ଏକାମ୍ର ୱାକ୍ସ ଭଳି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା l ସେହିପରି ପ୍ରଦର୍ଶନୀ ପଡ଼ିଆରେ ଖାଦ୍ୟ ମହୋତ୍ସବରେ ଓଡିଆ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଏବଂ ଅନ୍ତର୍ଜାତୀୟ ଖାଦ୍ୟର ଷ୍ଟଲମାନ ଉପଲବ୍ଧ ରହିଥିଲା । ଅନୁରୂପ, ଭୁବନେଶ୍ୱରର ମଧୁସୂଦନ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ ଏବଂ ଅବଦୁଲ କଲାମ ପାର୍କ ଭଳି ୫ ଗୋଟି ପ୍ରମୁଖ ପାର୍କରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର ସଂସ୍କୃତି, ସୃଜନଶୀଳତା ସହ ସଭିଙ୍କ ସ୍ୱାସ୍ଥ୍ୟ ଓ ମନୋରଞ୍ଜନର ନେଇ ବଡ଼ ମାହୋଲ ତିଆରି ହୋଇଥିଲା l

ମାନସିକ ଓ ଶାରୀରିକ ସୁସ୍ଥତା ନେଇ ଯୋଗ, ଜୁମ୍ବା ଭଳି ଶାରୀରିକ ବ୍ୟାୟାମ ଓ ସ୍ୱାସ୍ଥ୍ୟ ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜିତ ସହ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଏହି ତାଲିମ କାର୍ଯ୍ୟଗୁଡିକର ପରିଚାଳନା କରାଯାଇଥିଲା l ସେହିପରି ସାଂସ୍କୃତିକ ତଥା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ତଥା ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସୃଜନଶୀଳତାକୁ ନେଇ ଉତ୍ସବ ପାଇଁ ପରୀକଳ୍ପନା ହୋଇଥିଲା l ଶେଷ ଦିନର ପାର୍କ ଉତ୍ସବ ସନ୍ଧ୍ୟାରେ ଓଲିଉଡ଼ ସେଲିବ୍ରିଟି ଯଥା ଏଲି ପାଢ଼ୀ, ଶୈଳେନ୍ଦ୍ର, ପୁନମ, ସ୍ୱରାଜ, ପ୍ରିୟା, ନିଜ ଓଲିଉଡ଼ ଗୀତର ତାଳେ ତାଳେ ଦର୍ଶକଙ୍କୁ ନଚେଇଥିଲେ ।  ସେହିପରି ଖ୍ୟାତନାମା କଳାକାର ସମ୍ପଦ, ଜିତ, ରାହୁଲ, ସ୍ତିତିଙ୍କ ଦ୍ୱାରା ଲାଇଭ ସଂଗୀତ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ କୌଶଳୀ କାରିଗରଙ୍କ ଦ୍ୱାରା ଓଡ଼ିଶାର ପାରମ୍ପରିକ କଳା ଓ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନୀ ହୋଇଥିଲା l

ଏହାଛଡ଼ା, ଉତ୍ସବର ୧୨ ଦିନ ଯାଏଁ ସହରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏଜି ଛକରୁ କଳ୍ପନା ଛକ, ଏଜି ଛକରୁ ରାଜଭବନ ଛକ, ଏଜି ଛକରୁ ହାଉସିଂ ବୋର୍ଡ ଛକ, ରାଜଭବନ ଛକରୁ ଏକ୍ସଆଇଏମବି ଛକ, ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରର୍ସ ପାର୍ଶ୍ଵ ରାସ୍ତାରୁ ହାଉସିଂ ବୋର୍ଡ ଛକ, ଜନପଥ ଓ ମଧୁସୂଦନ ମାର୍ଗ ଭଳି ପ୍ରମୁଖ ରାସ୍ତାଗୁଡ଼ିକ ଜିକିମିକିଆ ଆଲୋକରେ ସଜାଯାଇଥିଲା । ଫ୍ଲି ମାର୍କେଟ ଏକାମ୍ର ଉତ୍ସବର ଏକ ଆକର୍ଷଣୀୟ ଅଂଶ ଭାବେ ଜାନୁଆରୀ ୫ ରୁ ୧୬ ପର୍ଯ୍ୟନ୍ତ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ବଜାର ଖୋଲାରହୁଥିଲା । ପର୍ଯ୍ୟଟକ, ଆଗନ୍ତୁକ, ଅତିଥି ତଥା ସାଧାରଣ ଜନତାଙ୍କ ପାଇଁ ଏକ ଅପୂର୍ବ ଶୀତକାଳୀନ ଅନୁଭବ ସହ ସୃଜନଶୀଳତା ଓ ଘରୋଇ ବାଣିଜ୍ୟ କାରବାର ନେଇ ଏକ ହବ ପରିଣତ କରାଯାଇଥିଲା ।

ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀ ଓ ଘରୋଇ ବ୍ୟବସାୟ ଏବଂ ସ୍ଥାନୀୟ ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଷ୍ଟଲ୍ ପ୍ରଦର୍ଶିତ ହୋଇଥିଲା । ଯେଉଁଥିରେ ଭଳିକିଭଳି ଖାଦ୍ୟର ମନଭରି ଉପଭୋଗ କରିଥିଲେ ଖାଦ୍ୟପ୍ରେମୀ । ବ୍ୟଞ୍ଜନ ମଧ୍ୟରେ ପତ୍ରପୋଡ଼ା ସମସ୍ତଙ୍କ ଅଧିକ ପସନ୍ଦ ଥିଲା । ଅନ୍ୟପଟେ ଏକାମ୍ର ୱାକସ୍ ଏକାମ୍ର ଉତ୍ସବର ଏକ ପ୍ରମୁଖ ଅଂଶ ଭାବେ ‘ଏକାମ୍ର ୱାକସ’ ଡ଼ିସେମ୍ବର ୨୫ରୁ ଆରମ୍ଭ ହୋଇଥିବା ବେଳେ ଏହା ଓଡ଼ିଶା ତଥା ଭୁବନେଶ୍ୱରର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନିକଟରୁ ଜାଣିବାର ଏକ ସୁଯୋଗ ପ୍ରଦାନ କରିଥିଲା l ଏଠାରେ ପ୍ରଦର୍ଶିତ ପ୍ରତ୍ୟେକ ସଂକେତ ସତେ ଯେପରି ସହରର ପ୍ରାଚୀନତାକୁ ଅନୁଭବ କରିବା ସକାଶେ ସମସ୍ତଙ୍କ ପାଇଁ ପରିକଳ୍ପିତ ହୋଇଥିଲା l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version