
ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀ ର ଏକ ବିଶିଷ୍ଟ ବା ବରିଷ୍ଠ ସମାଜ ସେବୀ , ଶରଣକୁଳ ଜୋନ୍ ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବା ମଗରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ “ମହେନ୍ଦ୍ର ନାଥ ପ୍ରଧାନ” ଙ୍କ ଏହି ଅକାଳ ବିୟୋଗ ରେ ନିର୍ବାଚନ ମଣ୍ଡଳୀ ର ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଦୁଃଖ ରେ ଦୁଃଖୀତ । ତାଙ୍କ ମୃତ୍ୟୁ ଆଜି କୁ ଏଗାର ଦିନ ।

ତାଙ୍କରି ସ୍ମୃତିରେ ଆଜି କିଛି ସମୟ । କରୋନା ଭୂତାଣୁ ସହ ଲଢେ଼ଇ କରିବା ପାଇଁ କରୋନା ଯୋଦ୍ଧା ପାଲଟିଥିବା ଏହି ମହାମାରୀ ଭୂତାଣୁ କରୋନା ରେ ମୃତ୍ୟୁ ହୋଈଛି । ଏହି ମହାମାରୀ କରୋନା ସହ ଲଢେଇ କରି କରି ନିଜେ ସହିଦ ହୋଇ ଯାଇଛନ୍ତି । ସତରେ ତାଙ୍କର ଏ ବଳିଦାନ ସ୍ମରଣୀୟ ହୋଇ ରହିବ ରଣପୁର ନିର୍ବାଚନ ମଣ୍ଡଳୀ ପାଈଁ ।

ଚାହୁଁ ଚାହୁଁ ଏଗାର ଦିନ ବିତିଗଲା । ସ୍ବର୍ଗତ୍ ମହେନ୍ଦ୍ରବାବୁ (ପୂର୍ବତନ ସରପଞ୍ଚ,ମଗରବନ୍ଧ)ଙ୍କ ଏକାଦଶାହ ଅବସରରେ କୋଭିଡ୍ ନିୟମ ପାଳନ କରି ଆୟୋଜିତ ଶୋକସଭା ।














