No Result
View All Result
୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ମଙ୍ଗଳବାର ମକର ସଂକ୍ରାନ୍ତି ପାଳନ କରିବା ନିମନ୍ତେ ରାମଗିରି ଗାଁ ର କାଳିଆ ନିଜ ଜ୍ବାଇଁ ଘରକୁ ବଡପଦା ଆସିଥିଲେ। ଆଜି ସକାଳେ ବାରିପଟ ଥିବା ପଣସ ଗଛ ରୁ ପଣସ ତୋଳିବା ପାଇଁ ଯାଇଥିଲେ। ଗଛରେ ଚଢ଼ିଥିବା ବେଳେ ଗଛ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଘାତ ପାଇ ତଳକୁ ଛିଟିକି ହୋଇ ପଡ଼ିଥିଲେ।
ପରିବାର ଓ ସ୍ଥାନୀୟଲୋକ କାଳିଆ ଙ୍କୁ ଗୁରୁତର ଅବସ୍ଥାରେ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଶବ ରଖି କ୍ଷତି ପୂରଣ କୁ ନେଇ କିଛି ସମୟ ବିଦ୍ୟୁତ ବିଭାଗ ଅଧିକାରି ଦିଲ୍ଲୀପ ଲେଙ୍କାଙ୍କ ସହ କଥାବାର୍ତ୍ତା ହେବା ପରେ ଶବ ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ପଠାଗଲା । ତେବେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l

No Result
View All Result