No Result
View All Result
୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଡେଙ୍ଗାସଖାଳ ପଂଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି, ଏହି ଶୁଣାଣିରେ ଅଂଚଳର ମୋଟ 106ଟି ଦରଖାସ୍ତ ଜିଲ୍ଲାପାଳଙ୍କୁ ଦିଆଯାଇଥିବାବେଳେ ତାମଧ୍ୟରୁ 54ଟି ବ୍ୟକ୍ତିଗତ ଓ 52 ଟି ସାମୁହିକ ଅଭିଯୋଗଥିଲା, ଏବଂ 2 ଦରଖାସ୍ତକୁ ଶୁଣାଣିରେ ହିଁ ସମାଧାନ କରାଯାଇଥିଲା,
ଜିଲ୍ଲା ସମସ୍ତ ଅଧିକାରୀମାନେ ଏହି ଶୁଣାଣିରେ ଯୋଗଦେଇଥିଲେ ଏହି ଅଭିଯୋଗରେ ଶୁଣାଣିରେ ମୁଖ୍ୟ ଅଭିଯୋଗ ଗୁଡିକ ହେଲା ଅଂଚଳର ରାସ୍ତାଘାଟ, ପାନୀୟଜଳ, ନେଟୱାର୍କ ଇତ୍ୟାଦି । ଏହି ଶିବିରରେ ବିଡିଓ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡିଓ ଉପସ୍ଥିତ ଥିବା ବେଳେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସମେତ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର,
ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ ପଟ୍ଟନାୟକ, ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିବା ସହ ସେମାନଙ୍କ ଅଭିଯୋଗର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ଥିବା ପ୍ରକାଶ ।

No Result
View All Result