୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଦିନକୁ ଦିନ ତାର ପୁରୁଣା ପରମ୍ପରାକୁ ବଜାୟ ରଖିପାରୁନାହିଁ । ବର୍ଷକୁ ବର୍ଷ ଷ୍ଟଲ ସଂଖ୍ଯା ବଢୁଥିଲେ ମଧ୍ଯ ବହି ବିକ୍ରି ସେହି ଅନୁପାତରେ ବଢୁ ନଥିବା ଅଭିଯୋଗ ହେଉଛି । ଅନ୍ଯପକ୍ଷରେ ବହିର ମୁଲ୍ଯ ଅଧିକ ରହୁଥିବାରୁ ପାଠକ ତାଙ୍କର ପ୍ରିୟ ପୁସ୍ତକ କିଣିବା ପାଇଁ ସମର୍ଥ ହେଉନାହିଁ । ଘୋଷିତ ନାକଚଣା ଦ୍ବାର ଶରଧାବାଲିରେ ଶହ ଶହ ଷ୍ଟଲ ଯୋଗୁ ଶରଧାବାଲି ତାର ଧାର୍ମିକ ପରମ୍ପରା ହରାଉଛି ।

ପୁସ୍ତକ ମେଳା ସମୟରେ ପର୍ଯ୍ୟଟକ ତୀର୍ଥଯାତ୍ରୀ ଓ ଭକ୍ତ ମାନେ ଶରଧାବାଲି ଖୋଜି କରି ପାଉନାହାନ୍ତି । ଷ୍ଟଲକୁ ଭଡା ସୂତ୍ରରେ ନେଉଥିବା ବ୍ୟକ୍ତିମାନେ ପୁସ୍ତକ ମେଳାରେ ପ୍ରାଥମିକ ସୁବିଧା ଓ ଅଗ୍ନି ନିରାପତ୍ତା ସୁରକ୍ଷା ସୁବିଧା ଦିଆଯାଉନଥିବା ଆଲୋଚିତ ହେଉଛି । ପୁସ୍ତକ ମେଳାରେ କେତେ ଟଙ୍କା ଖର୍ଚ୍ଚ ହେଉଛି, କିଏ ଅନୁଦାନ ଦେଉଛି, ସରକାରୀ ସାହାଯ୍ଯ କେତେ ଆସୁଛି ସେ ସମ୍ପକରେ ପୁସ୍ତକ ପ୍ରେମୀ ଜନତା ଅଜ୍ଞ ରହୁଥିବା କୁହାଯାଉଛି ।
ପୁସ୍ତକ ମେଳା କମିଟିରେ ନିର୍ଦ୍ଧିଷ୍ଟ ପଦାଧିକାରୀ ମାନେ ବହୁ ବର୍ଷ ଧରି ଗୋଟିଏ ପଦବିରେ ରହିଥିବାରୁ ଦୁର୍ନୀତିର ଦୁର୍ଗନ୍ଧ ବାହାରୁଥିବା ବଡଦାଣ୍ଡରେ ଆଲୋଚନା ହେଉଛି । କମିଟିରେ ଥିବା ବ୍ଯକ୍ତି ମାନେ ନିଜେ ଷ୍ଟଲ କରି ବସୁଥିବା ଦେଖିବାକୁ ମିଳୁଛି । ସାଂସ୍କୃତିକ ମଞ୍ଚଟି ମଧ୍ଯ ବ୍ଯବସାୟିକ ଦୃଷ୍ଟି କୋଣରୁ ଅଧିକ ଅର୍ଥ ଦେଇ ଆୟୋଜକ ମାନେ କାର୍ଯ୍ୟକ୍ରମ କରୁଥିବା ଦେଖାଯାଇଛି । କେତେକ ବରିଷ୍ଠ ନାଗରିକଙ୍କ ସଂଧ୍ଯା ସମୟରେ ଗୋଟିଏ ଷ୍ଟଲରେ ବସି ଆଳାପରେ ମଜିବା ସହ ମିକ୍ଚଚର ବାଦମରେ ଖାଉଥିବା ଦେଖିବାକୁ ମିଳୁଛି । ୫ ଶହ ଟଙ୍କାରେ ତିନୋଟି ଶାଢୀ ।

ଗୋଟିଏ ଡ୍ରେସ କଣିଲେ ଗୋଟିଏ ଫ୍ରି ଷ୍ଟଲରେ ଜମୁଛି ଭିଡ । ପ୍ରବେଶ ପଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦକ୍ଷିଣ ମୁଁହ କରି ବସାଇ ଥିବାରୁ ପୁସ୍ତକପ୍ରେମୀ ଧାର୍ମିକ ଭାବନାକୁ କୁଠାରଘାତ କରିଛି । ବହୁ ମହିଳା ଓ ଯୁବତୀଙ୍କ ଗହଳି ଚହଳି ଦେଖିବାକୁ ମିଳୁଛି ଭ୍ଯାନିଟ ବ୍ଯାଗ ଷ୍ଟଲରେ । ବ୍ରହ୍ମପୁର ପ୍ରସିଦ୍ଧ ଆଚାର ପାମ୍ପଡ ଷ୍ଟଲରେ କିଣୁଥିବା ଗ୍ରାହକ କରଥିବା ବେଳେ ଆଚାର ଚାଖିବା ପାଇଁ ପ୍ରତିଯୋଗିତା ଲାଗିରହିଛି । ପୁସ୍ତକ ମେଳାରେ ଯୁବପିଢିଙ୍କ ସେଲଫି ସେଣ୍ଟର ପାଲଟିଛି ।
ରାତିରେ ନିଶାରେ ଯୁବକମାନେ ମେଳାରେ ବୁଲୁଥିବା ଯୋଗୁ ସୁରକ୍ଷିତ ଲାଗୁନିବୋଲି ମହିଳାମାନଙ୍କ ଭିତରେ ଆଲୋଚିତ ହେଉଛି । ମେଳାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାଇକ ପାର୍କିଂ ପାଇଁ ସୁବିଧା ନଥିବାରୁ ବସଷ୍ଟାଣ୍ଡ ପ୍ରବେଶ ପଥରେ ବାଇକ ରଖିବା ଯୋଗୁ ବସର ଯାତାୟାତରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ପୁସ୍ତକ ମେଳାର ଆୟ ବ୍ଯୟ ଅଡିଟ ସଂପର୍କରେ କେତେକ ସଭ୍ଯ ଜାଣି ପାରୁନାହାନ୍ତି ବୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି ।















