No Result
View All Result
୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକାର :-> ଚିଲିକାର ଅଧିଷ୍ଠାତ୍ରୀ ତଥା ପାରିକୁଦର ଇଷ୍ଟଦେବୀ ମା କାଳିଜାଇଙ୍କ ପୀଠରେ ଚଳିତ ମାସ ୧୪ ତାରିଖରେ ମକର ମେଳା ମହୋତ୍ସବ ଅନୁଷ୍ଠିତ ହେବ । ଏନେଇ ଏକ ବୈଠକ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଦିଗରେ ଆଲୋଚନା ହୋଇଥିଲା ।
ମା ଙ୍କ ପୀଠରେ ଥିବା ଯୋଗେଶ୍ୱର ମହାଦେବଙ୍କ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ୧୨ ତାରିଖ ଠାରୁ ୨ ଦିନ ବ୍ୟାପି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବା ନିଷ୍ପତ୍ତି ହୋଇଥିଲା । ବୈଠକରେ କୃଷ୍ଣପ୍ରସାଦ ଥାନା ଆଇଆଇସି ବସନ୍ତ କୁମାର ସାହୁ, ପ୍ରାକ୍ତନ ଅଧ୍ୟକ୍ଷ ନୀଳକଣ୍ଠ ତ୍ରିପାଠୀ,
ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସିଂହସାମନ୍ତ, ବିଜୟ କୁମାର ଜେନା,ପ୍ରଶାନ୍ତ କୁମାର ଜେନା, ବରିଷ୍ଠ କ୍ରୀଡ଼ା ଶିକ୍ଷକ ଦୁର୍ଯ୍ୟୋଧନ ନାୟକ,ସାମ୍ବାଦିକ ଦୁର୍ଗା ଚରଣ ସ୍ୱାଇଁ, ପାଇକ ଶରତ ପଲେଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପର୍ଯ୍ୟଟନ ଋତୁ ଚାଲିଥିବାରୁ ମା ଙ୍କ ପୀଠରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଆଇଆଇସି ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

No Result
View All Result