୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଗତ ଏକ ମାସ ତଳେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗକାରୀ କୁ ବୋଲଗଡ଼ ଥାନା ଅଧିକାରୀ ଙ୍କ ଦ୍ଵାରା ଗିରଫ କରାଯାଇଥିଲା । ତେବେ ଅଭିଯୋଗକାରୀ କୁ ଗିରଫ କରି ପୋଲିସ ହାଜତ ରେ ରଖିଥିବା ବେଳେ ଆସାମୀ ରାଜୁ ପୋଲିସଙ୍କୁ ଚଖମା ଦେଇ ଫେରାର ହେଇଯିବା କଥା ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ହାଜତ ରେ ଥିବା ଅଭିଯୁକ୍ତ ମଧ୍ଯ ରାତ୍ରରୁ ପରିସ୍ରା ଯିବାର ବାହାନା ଦେଖାଇ ଥାନାରୁ ଚମ୍ପଟ ମାରିଥିବା କଥା କୁହାଯାଉଛି । 
ଖସି ଯାଇଥିବା ଅଭିଯୁକ୍ତ ଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଅଞ୍ଚଳର ପଞ୍ଚୁ କୋଟ ଗ୍ରାମ ବୋଲି ପୋଲିସ ରେକର୍ଡରୁ ଜଣାପଡ଼ିଛି । ପୋଲିସ ରେକର୍ଡ ଅନୁଯାୟୀ ଗତ ଦୁଇ ଦିନ ତଳେ ଉକ୍ତ ଅଭିଯୁକ୍ତ ଜଣଙ୍କ ଜଣେ ମହିଳାଙ୍କ ଠାରୁ ଅମାନୁଷିକ ଭାବେ ମୋବାଇଲ ଛଡାଇ ନେଇଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗକ୍ରମେ ବୋଲଗଡ ପୋଲିସ ଭୀମପଡ଼ା ଗ୍ରାମ ନିକଟସ୍ଥ ଏକ ମୋବାଇଲ ଦୋକାନ ପାଖରୁ ସନ୍ଦିଗ୍ଧ ରାଜ କିଶୋର ବେହେରା ଓରଫ ରାଜୁ (ବୟସ -୨୫) କୁ କବଜା କରିଥିଲେ । ବୋଲଗଡ ଥାନାର ପୋଲିସ ଏସ୍.ଆଇ. ଲିଲି ପାଢି ଙ୍କ ସମେତ ଏ.ଏସ୍.ଆଇ. ଅକ୍ଷୟ ଦଳେଇ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସଂଧ୍ଯା 7 ଘଟିକା ସମୟରୁ ଅଭିଯୁକ୍ତ କୁ ଗିରଫ କରି ଆଣି ପୋଲିସ ହେପାଜତରେ ରଖିଥିଲେ l 
ଆସାମୀ ରାଜୁ ବୋଲଗଡ ପୋଲିସକୁ ଚଖମା ଦେଖାଇ ରାତିରେ ପରିସ୍ରା କରିବା ବାହାନାରେ ଥାନାରୁ ଚମ୍ପଟ ମାରିଛି ଯାହାକି ପୋଲିସ୍ ପ୍ରଶାସନର ଏକ ପ୍ରକାରର ଦୁର୍ବଳତାକୁ ଦର୍ଶାଉଛି । ବୋଲଗଡ ଜନ ସାଧାରଣଙ୍କର ମନରେ ଆଜି ପ୍ରଶ୍ନ ଉଠୁଛି .. ? କେମିତି ଜଣେ କୁଖ୍ୟାତ ଅପରାଧି ପୋଲିସ ହେପାଜତରୁ ମାରିଲା ଚମ୍ପଟ ? ଏଥିନେଇ ବୋଲଗଡ ଥାନା ର କେଉଁ ପୋଲିସ କର୍ମଚାରୀ ଏସ୍.ଆଇ. ଲିଲି ପାଢୀ , ଏ.ଏସ୍.ଆଇ. ଦଳେଇ ବାବୁ ନା ବୋଲଗଡ ଥାନାର ଆଇ.ଆଇ.ସି. ସ୍ନିଗ୍ଧା ରାଣୀ ବରାଳଙ୍କ ନିର୍ଦ୍ଦେଶ କ୍ରମେ ଫେରାର୍ ଆସାମୀ ରାଜୁକୁ ଥାନାରୁ ଚମ୍ପଟ କରାଇବାରେ ସାହାଯ୍ୟ କଲେ କି ….. ବୋଲି ସାଧାରଣରେ ସନ୍ଦେହ ଉପୁଜିଛି ।
ଏଥିପାଇଁ ବୋଲଗଡ ଥାନାର କେଉଁ କେଉଁ କର୍ମଚାରୀ ଦାୟୀ ..? ମାନ୍ୟବର ଖୋର୍ଦ୍ଧା ଏସ୍. ପି. ସାଗରିକା ନାଥ ଯିଏକି ଜଣେ ଦକ୍ଷ ଆଇପିଏସ , ଲେଡି ସିଂଘମ୍ ଭାବେ ପରିଚିତ । ତେବେ ଏସପି ଙ୍କ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଥିବା ଥାନା ରୁ ଅପରାଧୀ ଫେରାର ହେବା କିପରି ସମ୍ଭବ ହେଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ କଣ ଜାଣି ପାରିଲେ ନାହିଁ ଏହି ଘଟଣା ସଂମ୍ପର୍କରେ ? ନା ଜାଣିଶୁଣି ଚୁପ୍ ….. ଏବେ ସାଧାରଣ ଜନତା ଙ୍କ ମନରେ ପ୍ରଶ୍ନ ଉଠୁଛି ବୋଲଗଡ ପୋଲିସର ଅପାରଗତା କାର୍ଯ୍ୟକୁ ନେଇ ।
ଅପରାଧିକ ବ୍ୟକ୍ତି ବିଶେଷ ଯଦି ପୋଲିସ୍ ଅଧିକାରୀ ଙ୍କ ହେପାଜତ ରେ ରହି ଖସି ପଳାଇଯାଉଛନ୍ତି ତେବେ ସାଧାରଣ ଜନତା କାହା ଉପରେ ଭରସା ରଖିବେ । ନୟାଗଡ ଏସ୍.ପି. ଏହିଭଳି ଘଟଣା ପାଇଁ ନିକଟ ଅତୀତରେ ଭାପୁର ଥାନାର ଏସ୍ଆଇ , କନେଷ୍ଟବଳଙ୍କୁ ସସପେଣ୍ଡ କରିଥିଲେ । କିନ୍ତୁ ଖୋର୍ଦ୍ଧା ଏସ୍.ପି. ଚୁପ୍ ହୋଇ ବସି ରହିଛନ୍ତି ଏହି ଘଟଣା ଶୁଣି , । ମାନ୍ୟବର ଡି.ଜି.ପି. ଖୁରାନିଆ ମହୋଦୟ ନ୍ୟାୟ ଦେବେ କି …. ବୋଲଗଡ ବାସୀଙ୍କୁ ?














