No Result
View All Result
୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଖଣ୍ଡୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିରଞ୍ଜନ ପାଣିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନିର୍ଦ୍ଦେଶକ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ବର ଡ଼ ଦେବାଶିଷ ଦାଶ,ମୁଖ୍ୟ ବକ୍ତା ପ୍ରଶାସନିକ ଅଧିକାରୀ ଜୀବ ବିଜ୍ଞାନ ସଂସ୍ଥାନ ଦୟାନିଧି ପ୍ରଧାନ ,
ସମ୍ମାନୀତ ଅତିଥି ଭାବେ ପଞ୍ଚସଖା ଶିକ୍ଷାସେତୁ ସଭାପତି ସୁଶାନ୍ତ କୁମାର ମହାପାତ୍ର,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, ଖଣ୍ଡୁଗାଁ ସରପଞ୍ଚ ସସ୍ମିତା ମଳିକ,ସମିତି ସଭ୍ୟା ମମତା ପାଳ,ରଘୁନାଥ ପାଠାଗାର ସଭାପତି ବୈକୁଣ୍ଠନାଥ ମହାପାତ୍ର ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବ ପାଳନ ର ଆବଶ୍ୟକତା ଏବଂ ଛାତ୍ର ଛାତ୍ରୀ ଙ୍କ ବିକାଶ ରେ ବିଦ୍ୟାଳୟର ର ଭୂମିକା ଆଦି ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥଲେ ।
ଅତିଥି ପରିଚୟ ସହକାରୀ ଶିକ୍ଷୟତ୍ରୀ ପ୍ରଭାତୀ ମିଶ୍ର ,ବିବରଣୀ ପଠନ ପ୍ରଧାନ ଶିକ୍ଷକ ଦୟାନିଧି ମହାପାତ୍ର, ମଞ୍ଚ ପରିଚାଳନା ସହକାରୀ ଶିକ୍ଷକ ପବିତ୍ର କୁମାର ଗୋଛି କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ ସହକାରୀ ଶିକ୍ଷୟତ୍ରୀ ସୁଜାତା ମିଶ୍ର।ପରିଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା।

No Result
View All Result