• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୱାର୍ଲଡ୍‍ ଓଡ଼ିଶା ସୋସାଇଟିର ଇତିବୃତ୍ତ ୱାର୍ଲଡ୍‍ ଓଡ଼ିଶା ସୋସାଇଟିର ଚତୁର୍ଥ ପ୍ରତିଷ୍ଠା ଦିବସ ଉପଲକ୍ଷେ କିଶୋର ଦ୍ଵିବେଦୀ, ଅଧ୍ୟକ୍ଷ,ୱାର୍ଲଡ୍‍ ଓଡ଼ିଶା ସୋସାଇଟି

Proprietor Abhimanyu Maharana by Proprietor Abhimanyu Maharana
January 11, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ୱାର୍ଲଡ୍‍ ଓଡ଼ିଶା ସୋସାଇଟିର ଇତିବୃତ୍ତ ୱାର୍ଲଡ୍‍ ଓଡ଼ିଶା ସୋସାଇଟିର ଚତୁର୍ଥ ପ୍ରତିଷ୍ଠା ଦିବସ ଉପଲକ୍ଷେ  କିଶୋର ଦ୍ଵିବେଦୀ, ଅଧ୍ୟକ୍ଷ,ୱାର୍ଲଡ୍‍ ଓଡ଼ିଶା ସୋସାଇଟି
Share on FacebookShare on TwitterWhatsapp

୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ୱାର୍ଲଡ୍‍ ଓଡ଼ିଶା ସୋସାଇଟି (ୱାଓସୋ)ର ଚତୁର୍ଥ ପ୍ରତିଷ୍ଠା ଦିବସ ଅବସରରେ ମୁଁ ବିଶ୍ୱଭରି ଏହାର ସଦସ୍ୟ, ଶୁଭେଚ୍ଛୁ ଏବଂ ଓଡ଼ିଶା ପ୍ରେମୀମାନଙ୍କୁ ମୋର ହୃଦୟର ଗଭୀର ପ୍ରଦେଶରୁୁ ସ୍ୱାଗତ ସମ୍ଭାଷଣ, ଶୁଭକାମନା ଓ ସାଧୁବାଦ ଜଣାଉଛି । ୨୦୨୧ ମସିହା ଜାନୁଆରୀ ୧୪ ତାରିଖ ଦିନ ପବିତ୍ର ମକର ସଂକ୍ରାନ୍ତି ତିଥିରେ ୱାର୍ଲଡ୍‍ ଓଡ଼ିଶା ସୋସାଇଟି ଜନ୍ମଲାଭ କରିଥିଲା । ଭୟଙ୍କର କରୋନା ମହାମାରୀର କରାଳ ଛାୟା ଯେତେବେଳେ ସମଗ୍ର ପୃଥିବୀକୁ ଗ୍ରାସ କରି ମାନବ ସମାଜକୁ ଅସ୍ତବ୍ୟସ୍ତ, ଧ୍ୱସ୍ତବିଧ୍ୱସ୍ତ ଓ ସର୍ବସ୍ୱାନ୍ତ କରିଦେଇଥିଲା, ସେହି ସମୟରେ ହିଁ ପଙ୍କରୁ ପଦ୍ମ ଫୁଟିବା ଭଳି ୱାଓସୋ ବିଶ୍ୱଭରି ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ତ୍ରାଣକର୍ତ୍ତାର ଆଶା ଭରସା ନେଇ ଉଭା ହୋଇଥିଲା ।

ଓଡ଼ିଶା ବିଧାନସଭାର ତତ୍କାଳୀନ ବାଚସ୍ପତି ସ୍ଵର୍ଗତଃ ସୂର୍ଯ୍ୟନାରାୟଣ ପାତ୍ର ଏହାର ମୁଖ୍ୟ ପୃଷ୍ଠପୋଷକ ଓ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଗୁରୁମା ଡଃ ଅରୁନ୍ଧତୀ ଦେବୀ ଏହାର ପ୍ରତିଷ୍ଠାତ୍ରୀ ବନିଥିଲେ । ସୌଭାଗ୍ୟକ୍ରମେ ମୁଁ ୱାଓସୋର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲି । ସେତେବେଳେ ସୋସାଇଟିର ସଦସ୍ୟ ସଂଖ୍ୟା ମାତ୍ର ୨୦ଟି ଦେଶର ଓଡ଼ିଆ ସମାଜ ଓ ବିଶିଷ୍ଟ ପ୍ରବାସୀ ଓଡ଼ିଆ ଥିଲେ । ଏବେ ଚାରି ବର୍ଷ ଅତିକ୍ରାନ୍ତ କରିବା ବେଳକୁ ୱାଓସୋର ସଦସ୍ୟ ରାଷ୍ଟ୍ରଙ୍କର ସଂଖ୍ୟା ୭୨ରେ ପହଞ୍ଚିଛି ।

ଏହା ମଧ୍ୟରେ ସଂସ୍ଥାର ପାଞ୍ଚୋଟି ଶାଖା ଯଥା:- ଭାରତ, ଆମେରିକା -କାନାଡ଼ା, ସିଙ୍ଗାପୁର, କୁଏତ୍ ଏବଂ ମିଆଁମାର୍‍ ଗଠନ କରାଯାଇଛି । ଭାରତ ମଧ୍ୟରେ ବିଭିନ୍ନ ରାଜ୍ଯ ଯଥା ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ,ନୂଆଦିଲ୍ଲୀ-ଏନସିଆର,ଉତ୍ତର ପ୍ରଦେଶ ଓ ଓଡ଼ିଶା ଆଦିରେ ୱାଓସୋର ଶାଖାମାନ ଗଠିତ ହୋଇଛି। ଓଡ଼ିଶା ବାହାରେ ଭାରତର ଅନ୍ୟାନ୍ୟ ପ୍ରଦେଶ ତଥା ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ସଂପ୍ରଦାୟ, ୱାଓସୋ ପ୍ରତି ସେମାନଙ୍କର ଦୃଢ଼ ଆଶା ଓ ଅତୁଟ ବିଶ୍ୱାସ ପୋଷଣ କରିଛନ୍ତି ।

ୱାର୍ଲଡ୍‍ ଓଡ଼ିଶା ସୋସାଇଟି ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରଥମରେ ସମଗ୍ର ପୃଥିବୀର ଓଡ଼ିଆ ଭାଇ, ଭଉଣୀ ଏବଂ ଓଡ଼ିଶାର ହିତାକାଂକ୍ଷୀମାନଙ୍କୁ ଗୋଟିଏ ମଞ୍ଚରେ ଏକଜୁଟ୍‍ କରି ସେମାନଙ୍କର ଭୌତିକ ଏବଂ ବୌଦ୍ଧିକ ସମ୍ବଳକୁ ମାତୃପ୍ରଦେଶ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଉପଲକ୍ଷେ ବିନିଯୋଗ କରିବା । ଦ୍ୱିତୀୟରେ ବିଶ୍ୱଭରି ଓଡ଼ିଆମାନଙ୍କର ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କର କଲ୍ୟାଣ ପାଇଁ କାର୍ଯ୍ୟ କରିବା । ତୃତୀୟରେ ସଙ୍ଗଠନର ସ୍ଥିରୀକୃତ ଭବିଷ୍ୟତ ମାର୍ଗପନ୍ଥା ଅନୁଯାୟୀ ୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନର ଶହେ ବର୍ଷ ପୂର୍ତ୍ତି ସମୟରେ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ତଥା ସ୍ୱର୍ଣ୍ଣପ୍ରସୂ ଏକ ନୂତନ ଓଡ଼ିଶା ଗଠନ କରିବାର ସ୍ୱପ୍ନକୁ ସାକାର କରି ଆମର ଭବିଷ୍ୟତ ପୀଢ଼ିକୁ ଏହାକୁ ଏକ ଭେଟି ଆକାରରେ ପ୍ରଦାନ କରିବା ।

ୱାଓସୋର ଏହି କାର୍ଯ୍ୟସୂଚୀକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ସମଗ୍ର ବିଶ୍ୱକୁ ପ୍ରତିନିଧିତ୍ୱ କରୁଥିବା ୧୦୯ ସଦସ୍ୟ ବିଶିଷ୍ଟ ଏକ ବିରାଟକାୟ କାର୍ଯ୍ୟକାରୀ କମିଟି ଏବେ ଦାୟିତ୍ୱ ନିର୍ବାହ କରିଚାଲିଛି । ଏ ମଧ୍ୟରେ ବ୍ରାଣ୍ଡ ଓଡ଼ିଶା ପ୍ରୋତ୍ସାହନ, ମାତୃଭାଷା ଓଡ଼ିଆର ପ୍ରଚାର, ପରିବେଶ ନିୟନ୍ତ୍ରଣ, ଶ୍ରମିକ ବ୍ୟାପାର, ବୁଦ୍ଧିଜୀବି ବିଭାଗ, ପାରମ୍ପରିକ ଓଡ଼ିଆ ଖାଦ୍ୟର ପ୍ରସାରଣ, ସୁସ୍ଥତା ରକ୍ଷା, ଭ୍ରମଣ ଓ ପର୍ଯ୍ୟଟନ ପ୍ରକୋଷ୍ଠ, ଆନ୍ତର୍ଜାତିକ ସମ୍ପର୍କ ଏବଂ ଆଧ୍ୟାତ୍ମିକ ଚିନ୍ତନର ବିକାଶ ଆଦି ଭିନ୍ନ ତଥା ଅଭିନବଧର୍ମୀ ବିଭାଗ ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି । ୱାର୍ଲଡ୍‍ ଓଡ଼ିଶା ସୋସାଇଟି ଗଠନ ହେବା ମାତ୍ରେ ଏହାର ପ୍ରଥମ ଗମ୍ଭୀର ପଦକ୍ଷେପ ଭାବରେ କୋଟିଆ ସମସ୍ୟାକୁ ଗ୍ରହଣ କରାଯାଇଥିଲା ।

ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳର ଅଧିବାସୀମାନଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ରାଜ୍ୟର କ୍ଷେତ୍ରୀୟ ସ୍ୱାତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ସଂଗଠନ ତରଫରୁ ସୁପ୍ରିମକୋର୍ଟରେ ରିଟ୍‍ ପିଟିସନ୍‍ ଦାଖଲ କରାଯାଇଛି । ୨୦୨୧ ମସିହା ସେପ୍ଟେମ୍ବର ୧୦ ତାରିଖ ଗଣେଶ ଚତୁର୍ଥୀର ଶୁଭ ଅବସରରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ୱାଓସୋକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । ଏହି ଉତ୍ସବରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଆଭାସି ଜରିଆରେ ଯୋଗଦେଇ ୱାଓସୋକୁ ଭବ୍ୟ ସ୍ୱାଗତ ଜଣାଇବା ସହିତ ଏହାକୁ ଢେରସାରା ଆଶୀର୍ବାଦ ପ୍ରଦାନ କରିଥିଲେ । ଗତ ଚାରିବର୍ଷ ମଧ୍ୟରେ ୱାଓସୋ ତରଫରୁ କିଛି ଉପାଦେୟ ଓ ଉଲ୍ଲେଖନୀୟ କାର୍ଯ୍ୟ ହାତକୁ ନିଆଯାଇଛି । ଏ ମଧ୍ୟରେ ଭୁବନେଶ୍ୱରଠାରେ ସଂସ୍ଥାର ଆନ୍ତର୍ଜାତିକ ମୁଖ୍ୟାଳୟର ଉଦ୍‍ଘାଟନ, ଦୀପାବଳିରେ ଆଲୋକ ଉତ୍ସବ ପାଳନ, ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଶକ୍ତି ଉତ୍ସବର ଆୟୋଜନ ଓ ମହାନାରୀ ସମ୍ମାନ ପ୍ରଦାନ,

ଜାତୀୟ ଅଙ୍ଗଦାନ ଦିବସରେ ଅଙ୍ଗଦାନ ନେଇ ସଚେତନତା ସୃଷ୍ଟି ପାଇଁ ଇଣ୍ଡିଆନ୍‍ ଲିଭର ପ୍ୟାସେଣ୍ଟ ଫାଉଣ୍ଡେସନ (ଆଇ.ଏଲ.ପି.ଏଫ୍‍) ସହଯୋଗରେ ‘ଅଙ୍ଗଦାନ: ପୁର୍ନଜନ୍ମ ପ୍ରଦାନ’ ଶୀର୍ଷକ ଆଭାସୀ ଆଲୋଚନାଚକ୍ର କରାଯିବା, ମାନସିକ ସୁସ୍ଥତା ସମ୍ପର୍କରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ଓ ଆଇ.ଏଲ୍‍.ପି.ଏଫ୍‍ ସହିତ ମିଶି ୱେବିନାରର ଆୟୋଜନ, ଓଡ଼ିଶା ସାହିତ୍ୟ ଏକାଡେମୀର ସହଯୋଗରେ ‘ଗାନ୍ଧୀ ଚର୍ଚ୍ଚା’ ଶୀର୍ଷକ ଆନ୍ତର୍ଜାତିକ ୱେବିନାର କରାଯିବା, ସ୍ୱାଧୀନତା ଦିବସ ଉପଲକ୍ଷେ ମଧ୍ୟରାତ୍ର ସ୍ୱାଧୀନତା ସମାରୋହ ପାଳନ, ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ହୋଇଥିବା ଶ୍ରେୟାଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧନା, ୨୦୨୪ ମସିହାରେ ନବ ନିର୍ବାଚିତ ସାଂସଦମାନଙ୍କୁ ସମ୍ବର୍ଦ୍ଧନା,

ନୂଆଦିଲ୍ଲୀ ଓ ଭୁବନେଶ୍ବରଠାରେ ବିଦେଶରୁ ଆସୁଥିବା ୱାଓସୋର ସଦସ୍ୟମାନଙ୍କୁ ଅଭ୍ୟର୍ଥନା ଜଣାଇବା ପାଇଁ ନିୟମିତ ଭାବରେ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଆୟୋଜନ କରାଯିବା, ମିସେସ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାର ବିଜୟିନୀ ସୁରଞ୍ଜିତା ରଣା ଦାଶଙ୍କୁ ନୂଆଦିଲ୍ଲୀର ପ୍ରେସ କ୍ଲବ ଅଫ ଇଣ୍ଡିଆରେ ସମ୍ବର୍ଦ୍ଧନା ଜଣାଇବା ଆଦି ଅନ୍ୟତମ । ଏହା ସାଙ୍ଗକୁ ଓଡ଼ିଶା ନାଗରିକ ସମାଜ ଏବଂ ବିଭିନ୍ନ ଅନୁଷ୍ଠାନ ସହିତ ସଂଯୁକ୍ତ ଭାବରେ କରୋନା ସମ୍ପର୍କରେ ସଚେତନତା ତଥା ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ୱାଓସୋ ସଫଳତାର ସହିତ ବହୁ କାର୍ଯ୍ୟକ୍ରମ ବିଗତ ଚାରି ବର୍ଷ ମଧ୍ୟରେ ସମ୍ପନ୍ନ କରିବାକୁ ସକ୍ଷମ ହୋଇଛି । ବିଶେଷ କରି ଓଡ଼ିଶାର ପୂଜ୍ୟପୂଜା ପରମ୍ପରାକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଅନୁଷ୍ଠାନ ତରଫରୁ ପାରଦର୍ଶୀ ସେବା ପ୍ରଦାନ ପାଇଁ ପତି-ପତ୍ନୀଙ୍କୁ ଦିଆଯାଇଥିବା ସମ୍ବର୍ଦ୍ଧନା ବେଶ୍‍ ଆକର୍ଷକ ଥିଲା ।

ୱାର୍ଲଡ୍‍ ଓଡ଼ିଶା ସୋସାଇଟି ଆଜି ମାତ୍ର ଚାରି ବର୍ଷରେ ପଦାର୍ପଣ କରିଛି । କୌଣସି ସଂସ୍ଥାର ପରାକାଷ୍ଠାକୁ ପରଖିବା ପାଇଁ ଏହା ଖୁବ୍‍ କମ୍‍ ଅବଧି । କିନ୍ତୁ ପ୍ରଭୁ ଶ୍ରୀଜଗନ୍ନାଙ୍କର ଅଶେଷ ଆଶୀର୍ବାଦ ଫଳରେ ଅଷ୍ଟ୍ରେଲିଆଠାରୁ ଆମେରିକା ଯାଏଁ ଏବେ ୱାଓସୋ ନେଇ ଚର୍ଚ୍ଚା ପ୍ରତ୍ୟେକ ଓଡ଼ିଆଙ୍କର ଘରେ ଘରେ ଚାଲିଛି । ଆଗକୁ ଚାଲିବାକୁ ବାଟ ବହୁତ ବାକି ଅଛି । ମୁଁ ଆଶା କରୁଛି ଓଡ଼ିଶା ଭିତରେ ସାଢ଼େ ୪କୋଟି ଏବଂ ବାହାରେ ଦେଢ଼ କୋଟି ଓଡ଼ିଆଙ୍କର ଆଶୀର୍ବାଦ ୱାଓସୋ ଉପରେ ରହିଲେ, ଏହା ନିଶ୍ଚିତ ଭାବେ ଭବିଷ୍ୟତରେ ଏକ ବିଶାଳ ବଟଦ୍ରୁମର ରୂପ ନେବା ସହିତ ଓଡ଼ିଆ ଜାତିର ଲୁପ୍ତ ବୈଭବ, ହୃତଗୌରବ ଏବଂ ସୁପ୍ତସୌରଭର ପୁର୍ନବାହକ ସାଜିବା ନେଇ ମୁଁ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

July 1, 2026
ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

July 1, 2026

Recent News

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

July 1, 2026
ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

July 1, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version