No Result
View All Result
୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ଖୋର୍ଦ୍ଧା ଜିଲ୍ଲା, ବାଲିପାଟଣା ବ୍ଲକ ଅନ୍ତର୍ଗତ ସିଦ୍ଧି ବିନାୟକ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଚଳିତ ମାସ ୨୦ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ଜୟଦେବ ଗୌରବ ସମ୍ମାନ ପ୍ରଦାନ କାର୍ଯକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ଏହି ଅଞ୍ଚଳର ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯିବା ସହିତ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଶାର ପ୍ରଖ୍ୟାତ କଳାକାର ମାନଙ୍କ ଦ୍ବାରା ନୃତ୍ୟ,
ସଙ୍ଗୀତ,ହାସ୍ୟ ଅଭିନୟ ଇତ୍ୟାଦି ପରିବେଷୀତ ହେବ।ଓଲିଉଡର ପ୍ରଖ୍ୟାତ କଳାକାରଙ୍କ ସହିତ ତୁଙ୍ଗ ରାଜନୈତିକ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହିବେ ବୋଲି ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ର ଅଧକ୍ଷ ତଥା ଏସ ଏମ୍ ଇ ଏସ ର ଉପାଧ୍ୟକ୍ଷ ସତ୍ୟପ୍ରିୟ ବେହେରା ଓ ସମ୍ପାଦିକା ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ହି ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ଧାରା ଆରମ୍ଭ ହୋଇଛି ଏବଂ ଆଗାମୀ ଦିନରେ ଏହା ଅଧିକ ତୀବ୍ର ଗତିରେ ଚାଲିବା ପାଇଁ ଓ ଆଗାମୀ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ସମସ୍ତ ଅଞ୍ଚଳବାସୀ ସହଯୋଗ କରିବାକୁ ଆଜି ଉପସ୍ଥିତ କର୍ମକର୍ତ୍ତା ବୃନ୍ଦ ଅନୁରୋଧ କରିଛନ୍ତି । ଏହି ଜୟଦେବ ଗୌରବ ସମ୍ମାନ ପ୍ରଦାନ ଉତ୍ସବ ପ୍ରତି ବର୍ଷ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଆସୁଛି ।

No Result
View All Result