No Result
View All Result
୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖାନ କେନ୍ଦ୍ର ପରିଦର୍ଶନ କଲେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ପତ୍ନୀଙ୍କ ସହିତ କଡ଼ା ସୁରକ୍ଷା ବଳୟ ଭିତରେ ସେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ କରିଛନ୍ତି । ସୋମବାର ଇକୋ ରିଟ୍ରିଟରେ ରାତ୍ରୀଯାପନ କରିଥିଲେ । ମଙ୍ଗଳବାର ପୂର୍ବାହ୍ନରେ ଏଠାରେ ପହଞ୍ଚିବା ପରେ ପ୍ରଥମେ ବ୍ୟାଖ୍ୟାନ କେନ୍ଦ୍ରରେ ସ୍ଵାଗତ କରାଯାଇଥିଲା । ପରେ ପରେ ସୂର୍ଯ୍ୟମନ୍ଦିର ଭିତରକୁ ଯାଇଥିଲେ।
ସୂର୍ଯ୍ୟମନ୍ଦିରର ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ଗୁଡିକୁ ଟିକିନିକ ଭାବେ ବୁଲି ଦେଖୁଥିଲେ। ଏଏସଆଇ ସର୍କଲ ସୁପରିଟେଣ୍ଡେଣ୍ଟ୍ ଦିବିସ୍ମିତା ବ୍ରଜସୁନ୍ଦର ଗଡ଼ନାୟକ ସୂର୍ଯ୍ୟମନ୍ଦିରର ଐତିହାସିକ ତଥ୍ୟ ବୁଝାଇ ଦେଖାଇଥିଲେ। ଏହି ଗସ୍ତ ସମୟରେ ପର୍ଯ୍ୟଟନ ଯୁଗ୍ମ ସଚିବ ସରୋଜ ସ୍ବାଇଁ, ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି, ନିମାପଡା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଛବିରାଣୀ ସାହୁ,
କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ କୋଣାର୍କ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବା ଜଣାପଡ଼ିଛି। ଏଠାର ସୂଚନା ଥାଇପାରେ କି ପାଞ୍ଚଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର ଗତ ସୋମବାର ରାତ୍ରରେ କୋଣାର୍କ ଆସି ପହଞ୍ଚିବା ସହ ଇକୋ ରିଟ୍ରେଟରେ ରାତ୍ରଯାପାନ କରିଥିଲେ। ମଙ୍ଗଳବାର ପୂର୍ବାହ୍ନରେ ସେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ପୁରୀ ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି।

No Result
View All Result