No Result
View All Result
ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ର 19 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :- ଗୋପ ହାପି କଲୋନୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର 19 ତମ ବାର୍ଷିକ ଉତ୍ସବ 2024-25 ଗତ କାଲି ଅନୁଷ୍ଠିତ ହୋଇଯାଇଛି l ଚଳିତ ପୌଷମାସ ଶୁକ୍ଳ ପଞ୍ଚମୀ ଇଂରାଜୀ ତା 4 ତାରିଖ ଶନିବାର ଅପରାହ୍ନ 4 ଟା ସମୟରେ ଶିଶୁଵିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇଥିବା ସ୍ଥଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିକାଶ ସମିତି ର ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା l ବିଦ୍ୟାଳୟ ର ସଭାପତି ଦାମୋଦର ପାଢ଼ୀ, ସମ୍ମାନିତ ଅତିଥିଭାବେ ମହେନ୍ଦ୍ର ପାଢ଼ୀ l ସଭାପତିତ୍ୱ କରିଥିଲେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ତୋଫାନ ଦଳାଇ l
ବିଦ୍ୟାଳୟ ର ବିବରଣୀ ପାଠ କରିଥିଲେ ସମ୍ପାଦକ ସତ୍ୟନାରାୟଣ ସେନାପତି l ବିଦ୍ୟାଭରତୀ ଅଖିଳ ଭାରତୀ ଶିକ୍ଷା ସଂସ୍ଥାନ ଦ୍ଵାରା ପରିଚାଳିତ ଗୋପ ହାପି କଲୋନୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଏଭଳି ରାଷ୍ଟ୍ରୀୟ ଶିକ୍ଷ୍ୟାପ୍ରଣାଳୀ ବିକାଶ କରିବା ହେଵ, ଯାହା ଦ୍ଵାରା ଏପରି ଯୁବସମାଜ ନିର୍ମିତ ହୋଇପାରିବ, ଯିଏ ହିନ୍ଧୁତ୍ୱନିଷ୍ଠ ଏବଂ ରାଷ୍ଟ୍ରଭକ୍ତିରେ ଓତପ୍ରୋତ ହୋଇଥିବ ଶାରୀରିକ, ପ୍ରାଣିକ, ମାନସିକ,
ବୋୖଦ୍ଧିକ ଏବଂ ଆଧ୍ୟାତ୍ମିକ ଦୁଷ୍ଟିରୁ ପୂର୍ଣ୍ଣ ବିକଶିତ ହୋଇଥିବ ତଥା ଜୀବନର ବର୍ତମାନ ଆହ୍ୱାନ ଗୁଡିକୁ ସଫଳତା ପୂର୍ବକ ମୁକାବିଲା କରିପାରିବ ଓ ଯାହାର ଜୀବନ ଗ୍ରାମ, ବନ, ଗିରିକନ୍ଦର ଓ କୁଡ଼ିଆରେ ଵାସ କରୁଥିବା ଦୀନ, ଦୁଃଖୀ ଅଭାବଗ୍ରସ୍ତ ଆପଣାର ବନ୍ଧୁମାନଙ୍କୁ ସାମାଜିକ କୁସଂସ୍କାର, ଶୋଷଣ ଏବଂ ଅନ୍ୟାୟ ରୁ ମୁକ୍ତ କରାଇବା ସହ ରାଷ୍ଟ୍ରଜୀବନ କୁ ସରସ, ସୁସମ୍ପନ୍ନ ଏବଂ ସୁସଂକୃତ ପାଇଁ ସମର୍ପିତ ହୋଇଥିବ l ଆଉ ପୋଥିଗତ ବିଦ୍ୟା ଠାରୁ ବାହାରି ଶିକ୍ଷା ଅତ୍ୟନ୍ତ ଆବଶ୍ୟକ ରହିଛି ଆଜିର ଛାତ୍ର ଛାତ୍ରୀ ଙ୍କୁ ଏଣୁ ସମାଜକୁ ଆବଶ୍ୟକ ପଡୁଛି ଗୋଟେ ଗୋଟେ ଭଲ ମଣିଷ l

No Result
View All Result