No Result
View All Result
0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତ ଖାଲମଡା ଗ୍ରାମରେ ଅନୁଷ୍ଠିତ ୨୭ ତମ ମା ବାଗଦେବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।ଫାଇନାଲ ମ୍ୟାଚ୍ ରେ ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ୧୫ ଓଭରରେ ୯ ଉଇକେଟ୍ ହରାଇ ୧୨୯ ରନ୍ ସଂଗ୍ରହ କରିଥିବା ବେଳେ ଢୋଲମରା କ୍ରିକେଟ୍ ଟିମ୍ ୧୪ ଓଭରରେ ସମସ୍ତ ଉଇକେଟ୍ ହରାଇ ୫୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥଲା ।
ଯାହା ଫଳରେ ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ ଚାମ୍ପିଅନ ହୋଇଥଲା । ଆଜିର ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ବାଗଦେବୀଙ୍କୁ ପ୍ରଣାମ ଜଣାଇ ନିଜେ ବ୍ୟାଟିଂ କରିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରି ଦୈନନ୍ଦିନ ଜୀବନରେ କ୍ରୀଡ଼ା ର ଆବଶ୍ୟକତା ବୁଝାଇଥିଲେ । ତତ୍ ସହିତ ବିଭିନ୍ନ ବ୍ଲକ୍ ରୁ ୧୬ ଟି ଟିମ୍ କୁ ନେଇ ଶୃଙ୍ଖଳିତ ଭାବେ ୨୭ ତମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିଥିବାରୁ ମା ବାଗଦେବୀ କ୍ରିକେଟ୍ କ୍ଲବ୍ ର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।
ବିଜୟୀ ହୋଇଥିବା ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ କୁ ୫୫୫୫ ଟଙ୍କା ସହ ଟ୍ରଫି ଏବଂ ରନରସ୍ ଅପ୍ ହୋଇଥିବା ଢୋଲମରା କ୍ରିକେଟ୍ ଟିମ୍ କୁ ୩୩୩୩ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା, ପାରାଢିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ସାମ୍ବାଦିକ ଦିଲ୍ଲୀପ କୁମାର ଜାନୀ,ରଶ୍ମି ରଞ୍ଜନ ପରିଡ଼ା,ମାନସ ତ୍ରିପାଠୀ,
ହୃଦୟା ନନ୍ଦ ସାସମଲ, ଏମ ବି ସି ସି ପୂର୍ବତନ କ୍ୟାପଟେନ ବାନାମ୍ବର ପ୍ରଧାନ,ଶିକ୍ଷକ ତଥା ଟୁର୍ଣ୍ଣାମେଣ୍ଟର ଉପଦେଷ୍ଟା ସୋମନାଥ ପରିଡା ପ୍ରମୁଖ ଉପସ୍ଥିତ ରହି ଏଭଳି ଟୁର୍ଣ୍ଣାମେଣ୍ଟର ପ୍ରଶଂସା କରିଥିଲେ । ଆଜିର ମ୍ୟାଚ୍ କୁ ପରିଚାଳନା କରିଥିଲେ ଶ୍ରୀକାନ୍ତ ମହାପାତ୍ର ଏବଂ ତୁଷାର ପରିଡ଼ା । ଆଜିର ଫାଇନାଲ ମ୍ୟାଚ୍ ରେ ନିତୁନ୍ ପରିଡ଼ା ,ବିଭୂତି ଭୂଷଣ ପରିଡ଼ା କମେଟ୍ରୀ କରିଥିବା ବେଳେ ସ୍କୋରିଂ ରାଜ କିଶୋର ପରିଡ଼ା ଏବଂ ସହଯୋଗ କରିଥିଲେ ମା ବାଗଦେଵୀ କ୍ରିକେଟ୍ କ୍ଲବ୍ ଖାଲମଡା ଗ୍ରାମ ର ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ । ମା ବାଗଦେବୀ କ୍ରିକେଟ୍ କ୍ଲବ୍ ର ସଦସ୍ୟ ମାନେ ଦଶପଲ୍ଲା ବିଧାୟକ ଏବଂ ସମ୍ମାନୀତ ଅତିଥି ମାନଙ୍କୁ ନବ ବର୍ଷର ଶୁଭେଛା ଜଣାଇବା ସହ ଭବ୍ୟ ସ୍ବାଗତ କରିଥଲେ ।

No Result
View All Result