No Result
View All Result
୦୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ୱାର୍ଲଡ଼ ଚାରିଟେବୁଲ ୱେଲ ଫେୟାର ଫାଉଣ୍ଡେସନ ତରଫରୁ ଓଡ଼ିଶାରେ କଳା, ଶିକ୍ଷା, ପଛୁଆବର୍ଗଙ୍କ ବିକାଶ, ସ୍ୱାସ୍ଥ୍ୟ ସଚେତନତା, ପରିବେଶ ସଚେତନତା, ଜଳବାୟୁ ପ୍ରଦୂଷଣ ସଚେତନତା ସଂସ୍କୃତି,ସମାଜସେବା କ୍ଷେତ୍ରରେ ପାରଦର୍ଶିତl ଓ କାର୍ଯ୍ୟଦକ୍ଷତା ହାସଲ କରୁଥିବା ବ୍ୟକ୍ତିମାନଙ୍କୁ ପୁରୀ ଟାଉନ ହାଲଠାରେ ଆମେରିକାନ ମେରିଟ ପରିଷଦ ପକ୍ଷରୁ ଆୟୋଜିତ ୱାର୍ଲଡ଼ ଚାରିଟେବୁଲ ୱେଲ ଫେୟାର ଫାଉଣ୍ଡେସନ ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉ ଯାଇଅଛି !
ଆମେରିକାନ ମେରିଟ ପରିଷଦ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତର ସମାଜସେବୀ ତଥା ସରପଞ୍ଚ ପ୍ରଦୀପ କୁମାର ବାରିକଙ୍କୁ ସମାଜସେବାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ସଫଳତା ପାଇଁ ୱାର୍ଲଡ଼ ଚାରିଟେବୁଲ ୱେଲଫାୟାର ଫାଉଣ୍ଡେସନ ଆୱାର୍ଡ ଡ଼କ୍ଟରେଟ ଉପାଧିରେ ସମ୍ମାନିତ ହୋଇ ବୋଲଗଡ଼ ବ୍ଲକ ପାଇଁ ଗୌରବ ଆଣିଛନ୍ତି !
ଶ୍ରୀ ବାରିକ ବୋଲଗଡ ବ୍ଲକର ଦଳିତ ଅବହେଳିତ ଅସହାୟ ଗରିବ , ଖଟିଖିଆ ଦିନମଜୁରିଆ, ରୋଗଗ୍ରସ୍ତ ବ୍ୟକ୍ତି ବିଶେଷ, ବୃକ୍ଷରୋପଣ, ଶିକ୍ଷା ସଚେତନତା , ସ୍ୱାସ୍ଥ୍ୟ ସଚେତନତା, ଜଳବାୟୁ ସଚେତନତା, ବାୟୁପ୍ରଦୂଷଣ ସଚେତନତା ଆଦି ବହୁ ସାମାଜିକ କାର୍ଯ୍ୟରେ ନିଜକୁ ଉତ୍ସର୍ଗୀତ କରିଥିବାରୁ ସେବା କ୍ଷେତ୍ରରେ ବହୁ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଚାଲିଛନ୍ତି !
ଏତଦ ବ୍ୟତୀତ ପ୍ରଦୀପ କୁମାର ବାରିକଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ସେବାନିଧି ସମ୍ମାନ, ବୋଲଗଡ଼ ମହୋତ୍ସବ ଆଶା, 2024 ଓ ରାଜସୁନାଖଳା “କାଉଁରୀ” ମହୋତ୍ସବ କମିଟି ପକ୍ଷରୁ ଆଦର୍ଶ ସରପଞ୍ଚ ଭାବେ ସମ୍ମାନିତ ହୋଇଛନ୍ତି ! ବୋଲଗଡ଼ ବ୍ଲକ ପାଇଁ ଗୌରବ ମଣ୍ଡନ କରିଥିବାରୁ ଶ୍ରୀ ବାରିକଙ୍କୁ ବିଭିନ୍ନ ଅଞ୍ଚଳ ପ୍ରଶଂସାର ସୁଅ ମିଳୁଥିବା ଦେଖିବାକୁ ମିଳିଛି !


No Result
View All Result