No Result
View All Result
0୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଉପଖଣ୍ଡସ୍ଥ ଦୁର୍ଗାପୁର, ରଗଡି, ଢ଼ଁସର, ତୁଳସୀପୁର, ନରଗାଙ୍ଗ ଓ ବ୍ରହ୍ମପୁରା ପଂଚାୟତ ମଧ୍ୟରେ ଥିବା ମହାପର୍ବତ ଏବଂ ଏହାର ନିକଟସ୍ଥ ଜଙ୍ଗଲରେ ଏବେ ବହୁ ଜୀବଯନ୍ତୁ ଯଥା ମୟୂର, ଠେକୁଆ, ଝିଙ୍ଗ, ଗାଡଭାଲୁ, ବାରାହା, ସାପ ଓ ଅନ୍ୟାନ୍ୟ ପକ୍ଷୀମାନେ ବାସ କରୁଛନ୍ତି । ଏହି ଜଙ୍ଗଲରେ ମୟୂରଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାର ଲକ୍ଷ୍ୟ କରାଯାଉଛି । ମୟୂରମାନେ ନିକଟସ୍ଥ ଦୁର୍ଗାପୁର, ରାମଚନ୍ଦ୍ରପୁର, ରଗଡି ଆଦି ଗ୍ରାମମାନଙ୍କୁ ଆସିବା ଫଳରେ ବହୁ ଶସ୍ୟ ନଷ୍ଟ ହେବାରେ ଲାଗିଛି ।
ଏହି ପରିପ୍ରେକ୍ଷୀରେ ମହାପର୍ବତ ଜଙ୍ଗଲକୁ ସ୍ୱତନ୍ତ୍ର ଭାବେ ମୟୂର ଅଭୟାରଣ୍ୟ ଘୋଷଣା କରି ସେଠାରେ ମୟୂରମାନଙ୍କର ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଗଲେ ସେମାନଙ୍କର ବଂଶ ବିସ୍ତାର ହେବା ସହ ନିକଟସ୍ଥ ଗାଁ ଗଣ୍ଡାମାନଙ୍କୁ ମୟୂର ଆସିପାରିବେ ନାହିଁ ବୋଲି ପରିବେଶବିତ୍ ପ୍ରଧ୍ୟାପକ ମନୋଜ କୁମାର ମହାପାତ୍ର ପ୍ରକାଶ କରିଛନ୍ତି । ମୟୂର ହେଉଛି ଆମ ଜାତୀୟ ପକ୍ଷୀ ଓ ସେମାନଙ୍କର ସୁରକ୍ଷା ଆବଶ୍ୟକ ବୋଲି ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି । ମହାପର୍ବତ ଜଙ୍ଗଲକୁ ଏକ ମୟୂର ଅଭୟାରଣ୍ୟ ଭାବେ ମାନ୍ୟତା ପ୍ରଦାନ କରିବା ପାଇଁ ବନବିଭାଗ ଓ ରାଜ୍ୟ ସରକାରଙ୍କୁ ପରିବେଶବିତ୍ ପ୍ରାଧ୍ୟାପକ ମହାପାତ୍ର ଅନୁରୋଧ କରିଛନ୍ତି । 

No Result
View All Result