0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ସୋମବାର ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବଲାଙ୍ଗିର ଜିଲାପାଳ ଗୌରବ ଶିବାଜୀ ଇସବୱାଲ ଓ ଆରକ୍ଷୀ ଅଧିକ୍ଷକ ରିଶିକେସ ଖିଲାରି , ଏ ପି ଡି ତରଣି ସୁନା, ପାଟଣାଗଡ଼ ଉପଜିଲ୍ଲାପାଳ ସୁନିଲ କୁମାର ମେହେର ପ୍ରମୁଖ ଯୋଗଦେଇ ଜନସାଧାରଣ ଙ୍କ ଅଭିଯୋଗ ର ଶୁଣାଣୀ କରିଥିଲେ।
ଏହି ଅବସରରେ ୪୧ ଟି ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଭିଯୋଗ ର ଶୁଣାଣୀ କରିଥିବା ବେଳେ ୧୧ଟି ଆବାସ ଗୃହ ଉପରେ ଅଭିଯୋଗ ଶୁଣାଣି କରିଥିବା ଜଣାଯାଇଛି। ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ବାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନ ଜିତ୍ ହୋତା, ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ,ଏ ଡି ପି ଆର୍ ଓ ସରୋଜ କୁମାର ମେହେର, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗ୍ ଅଧିକାରୀ ଉପସ୍ଥିତ ଥିଲେ।














