No Result
View All Result
୩୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଗଜପତିଜିଲ୍ଲା କଇଁପୁର ସ୍ଥିତ ଗ୍ରାମବିକାଶ ତଥା ମହେନ୍ଦ୍ରତନୟା ଉଚ୍ଚ ବିଦ୍ୟାଳୟଠାରେ ଗତ ୨୮ ତାରିଖଠାରୁ ଆରମ୍ଭ ହୋଇଥିବା ତିନିଦିନିଆ କ୍ରୀଡା ମହୋତ୍ସବ ୨୦୨୪ ଗତକାଲି ସଂଧ୍ୟାାରେ ଉଦଯାପିତ ହୋଇଯାଇଛ। ଦୀର୍ଘ ୩୨ ବର୍ଷ ଧରି ହୋଇ ଆସୁଥିବା ଏହି କ୍ରୀଡା ଉତ୍ସବରେ ଗତକାଲିର ମୂଖ୍ୟ ଅତିଥୀ ଭାବେ ରାୟଗଡ଼ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପାପା ରାଓ, ସମ୍ମାନୀତଅତିଥୀ ସିଆରସିସି ବି,ପ୍ରଭାକର, ଜଗନ୍ନାଥ ରାଓ,ଭାସ୍କର ଶବର ପିତାମ୍ବର ନାୟକ, ଲିଙ୍ଗରାଜ ମିଶ୍ର,
ଗୋଷାଣୀ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ କୁମାର ଜେନ୍ନା ପ୍ରମୁଖ ମଞ୍ଚାସୀନ ରହି ନିଜନିଜ ଭାଷଣ ମାଧ୍ୟମରେ ପିଲାମାନଙ୍କୁ ଉତ୍ସାହିତ କରିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଦେଶବନ୍ଧୁ ସ୍ବାଇଁ ଓ ନିରଞ୍ଜନ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ, ଅଧ୍ୟକ୍ଷ ଶ୍ରୀ ଜନ୍ନା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ମନୋରଞ୍ଜନ ଓ କଣ୍ଠଶିଳ୍ପୀ ମିହିର କୁମାରଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ରାତିଯାଏ ପରିବେଶ ରଙ୍ଗୀନ ହୋଇ ଉଠିଥିଲା।

No Result
View All Result