• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଫେବୃୟାରୀ ୨ରୁ ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ

Proprietor Abhimanyu Maharana by Proprietor Abhimanyu Maharana
December 29, 2024
in ଓଡ଼ିଶା, ଖୋର୍ଦ୍ଧା, ପୁରୀ, ମହାନଗର, ହୋମ୍
0
ଫେବୃୟାରୀ ୨ରୁ ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ
Share on FacebookShare on TwitterWhatsapp

– ୯ ଦିନ ଧରି ପୁରୀ ସାମୁକା ସମୁଦ୍ର କୂଳରେ ପ୍ରକମ୍ପିତ ହେବ ମନ୍ତ୍ର ଧ୍ଵନୀ

– ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯୋଗଦେବେ ୧୫୧ ପଣ୍ଡିତ

– ରାଜ୍ୟବାସୀଙ୍କର ସୁଖ, ଶାନ୍ତି, ସମୃଦ୍ଧି, ପରିବେଶ ଓ ବାୟୁମଣ୍ଡଳର ଶୁଦ୍ଧିକରଣ ନିମନ୍ତେ ଓଡ଼ିଶାରେ ପ୍ରଥମ ଥର ବିଶାଳ ମହାଯଜ୍ଞ

୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ/ ଭୁବନେଶ୍ବର :-> ଯଜ୍ଞ ସମାଜର ମଙ୍ଗଳ ଓ ବାୟୁମଣ୍ଡଳର ଶୁଦ୍ଧିକରଣ ପାଇଁ ଏକ ମାର୍ଗ ଅଟେ। ମନକୁ ଶୁଦ୍ଧ ଓ ପବିତ୍ର କରିବା ସହ ଭଗବାନଙ୍କ ସହ ଯୋଡ଼ିହେବାରେ ଯଜ୍ଞ ମଧ୍ୟ ଏକ ଦିଗ ଅଟେ। ସମାଜ ତଥା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ କରି ସମାଜ କଲ୍ୟାଣ ଓ ସୁଖ, ଶାନ୍ତିର ପ୍ରାର୍ଥନା କରିବାର ଏକ ଅବସର। ଏହି ପରିପ୍ରେକ୍ଷୀରେ ଏକ ସୁସ୍ଥ, ସ୍ବଚ୍ଛ ପରିବେଶ ଭିତରେ ହଜାର ହଜାର ଲୋକଙ୍କୁ ଏକାଠି କରି ରାଜ୍ୟର ଶାନ୍ତି, ସମୃଦ୍ଧି, ପରିବେଶ କଲ୍ୟାଣର୍ଥେ ତଥା ବାୟୁମଣ୍ଡଳ ଶୁଦ୍ଧିକରଣ ନିମନ୍ତେ ଏହି ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ ଆୟୋଜନ କରାଯାଉଅଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଏକ ବିଶାଳ ଯଜ୍ଞର ଆୟୋଜନ କରାଯାଉଛି। ପୂଜାନନା ଯଜ୍ଞ ଫାଉଣ୍ଡେସନ ଏଵଂ ପରିବର୍ତ୍ତନ ଓଡିଶା ତଥା ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତବୃନ୍ଦଙ୍କ ପକ୍ଷରୁ ଫେବୃୟାରୀ ୨ ତାରିଖ (ରବିବାର)ଶ୍ରୀ ପଞ୍ଚମୀଠାରୁ ୧୦ ତାରିଖ ସୋମବାର ମାଘ ଶୁକ୍ଳ ତ୍ରୟୋଦଶୀ ପର୍ଯ୍ୟନ୍ତ ଏହି ମହାଯଜ୍ଞ ପୁରୀ ବ୍ରହ୍ମଗିରି ରାସ୍ତା ଗିରଳ ଛକ ନିକଟସ୍ଥ ଶାମୁକା ପ୍ରକଳ୍ପ ପାଖରେ ଅନୁଷ୍ଠିତ ହେବ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୫୧ ଜଣ ବୈଦିକ ବ୍ରାହ୍ମଣ ଯୋଗଦେବେ।

ବେଦଧ୍ବନିର ପୁରି ଉଠିବ ସମଗ୍ର ପରିବେଶ। ପାଖାପାଖି ୧୬ ଏକର ସ୍ଥାନରେ ଏହି ମହାଯଜ୍ଞ ଆୟୋଜିତ ହେଉଛି। ସମୁଦ୍ର କୂଳର ସୁସ୍ଥ ବାତାବରଣ ସହ ଛୋଟ ଛୋଟ କୁଡ଼ିଆ, ଓଡ଼ିଶାର କଳା, ସଂସ୍କୃତିକୁ ରୁଦ୍ଧିମନ୍ତ କଲାଭଳି ପରିବେଶ ଭିତରେ ଏହି ବିଶାଳ ଯଜ୍ଞ ଅନୁଷ୍ଠିତ ହେବ। ଏହି ଯଜ୍ଞରେ ବିଭିନ୍ନ ସ୍ଥାନରୁ ପଣ୍ଡିତମାନେ ଯୋଡ଼ି ହେଉଥିବାରୁ ତାହା ସମଗ୍ର ବିଶ୍ବକୁ ଏକ ନିଆରା ବାର୍ତ୍ତା ପ୍ରଦାନ କରିବ। ହଜାର ହଜାର ଶ୍ରଦ୍ଧାଳୁ ପ୍ରତ୍ୟେହ ଏହି ଯଜ୍ଞାନୁଷ୍ଠାନରେ ଯୋଗଦେବାର ସମ୍ଭାବନା ରହିଛି। ଏଥିସହ ପୂର୍ବେ ଯଜ୍ଞର ଆବଶ୍ୟକତା କିଭଳି ଥିଲା ଆଉ ସାମ୍ପ୍ରତିକ ସମୟରେ ଏହା କିଭଳି ସମାଜ ପାଇଁ ଅପରିହାର୍ଯ୍ୟ ତାହା ଏହି ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞରୁ ଜାଣିହେବ। ଯଜ୍ଞ ସ୍ଥଳରେ ପରିବେଶ ବିଜ୍ଞାନୀ ଉପସ୍ଥିତ ରହି ସେମାନଙ୍କର ଯାନ୍ତ୍ରିକ ସାମଗ୍ରୀର ଉପଯୋଗ କରି ଯଜ୍ଞ ଦ୍ବାରା ପରିବେଶ କିପରି ପ୍ରଦୂଷଣ ମୁକ୍ତ ହେଉଛି ତାହାର ଉଦାହରଣ ପ୍ରସ୍ତୁତ କରିବା ଶହ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିବେ ।

ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞରେ ମହଲକ୍ଷ୍ମୀଙ୍କର ୮ଟି ସ୍ୱରୂପ ଯଥା ଗଜ ଲକ୍ଷ୍ମୀ, ଆଦିଲକ୍ଷ୍ମୀ, ବିଜୟା ଲକ୍ଷ୍ମୀ, ଧନ ଲକ୍ଷ୍ମୀ, ବୀରା ଲକ୍ଷ୍ମୀ, ବିଦ୍ୟା ଲକ୍ଷ୍ମୀ, ସନ୍ତାନ ଲକ୍ଷ୍ମୀଙ୍କର ପୂଜା କରାଯିବ। ଏକ ସନ୍ତୁଳିତ ଜୀବନଶୈଳୀ ଗଢିବାରେ ଏହି ମହାଯଜ୍ଞର ବିଶେଷତ୍ଵ ରହିଛି। ଓଡ଼ିଶାବାସୀଙ୍କ ସୁଖ,ଶାନ୍ତି, ସମୃଦ୍ଧି ନେଇ ପ୍ରାର୍ଥନା କରିବା ସହ ଯଜ୍ଞରେ ସମସ୍ତ ଶୁଦ୍ଧ ଓ ପ୍ରାକୃତିକ ପଦାର୍ଥର ବ୍ୟବହାର ଏବଂ ପୂଜାର ଶୁଦ୍ଧତା ଓ ଗୁଣବତ୍ତାକୁ ପୁଣିଥରେ ସମସ୍ତଙ୍କ ପାଖେ ପହଞ୍ଚାଇବା ଏହି ଯଜ୍ଞର ମୂଳ ଲକ୍ଷ୍ୟ। ମହାଯଜ୍ଞରେ ୨୫ ଟି ଯଜ୍ଞ କୁଣ୍ଡ ରହିବ। ଯେଉଁଠି ପଣ୍ଡିତମାନେ ଆଧ୍ୟାତ୍ମିକ, ମାନସିକ, ଭାବାବେଗ ସହ ଉପସ୍ଥିତ ଲୋକଙ୍କୁ ଯୋଡ଼ିବା ପାଇଁ ପ୍ରାୟ ୧୨ ଲକ୍ଷରୁ ଅଧିକ ମନ୍ତ୍ର ପଢ଼ିବେ। ସେହିପରି ୧.୨୦ ଲକ୍ଷ ଆହୁତି ଏହି ନବଦିନାତ୍ମକ ଯଜ୍ଞାନୁଷ୍ଠାନରେ ପ୍ରଦାନ କରାଯିବ। ଯେଉଁଥିରେ ଶୁଦ୍ଧ ଘିଅ, ଚେରମୂଳି,ପ୍ରାକୃତିକ ଧୂପ ଆଦି ବ୍ୟବହାର କରାଯିବ। ମୁଖ୍ୟ ଯଜ୍ଞ କୁଣ୍ଡକୁ ଲାଗି ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣରେ ୪ଗୋଟି ଯଜ୍ଞ ମଣ୍ଜଡପ ରହିବ। ସେଠାରେ ମା ଲକ୍ଷ୍ମୀଙ୍କର ୮ ଗୋଟି ମୂର୍ତ୍ତି ପ୍ରତିଷ୍ଠା ହେବ। ଆହୁତି ପ୍ରଦାନ କରିବା ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ପାଖାପାଖି ୨୫ କୁଇଣ୍ଟାଲରୁ ଅଧିକ ଶୁଦ୍ଧ ଘିଅ ବ୍ୟବହାର କରାଯିବ। ଯାହା ଏକ ସାମୂହିକ ଆଧ୍ୟାତ୍ମିକ ପରିବେଶ ଗଢ଼ିବାରେ ବିଶେଷ ସହାୟକ ହେବ।

ଏଥି ସହ ପ୍ରସାଦ ସେବନ, ଜଳ ଯୋଗାଣର ସୁବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ମହାଯଜ୍ଞ ଉପଲକ୍ଷେ ଶନିବାର ଜୟଦେବ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ଶ୍ରୀ ଗୁରୁ ଚରଣ ପଣ୍ଡା ମହାଯଜ୍ଞ ନେଇ କହିଛନ୍ତି, ଏହା ଓଡ଼ିଶା ପାଇଁ ଏକ ନବଦିନାତ୍ମକ ଆଧ୍ୟାତ୍ମିକ ମହୋତ୍ସବ। ଏହା ଶାନ୍ତି, ପରିବେଶର ଶୁଦ୍ଧିକରଣ ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ପାଇଁ ସାମଗ୍ରିକ ଆହ୍ବାନ। ସମସ୍ତେ ଏହି ଐତିହାସିକ କାର୍ଯ୍ୟକ୍ରମରେ ଯୋଗଦେଇ ପରିବର୍ତ୍ତନଶୀଳ ଯାତ୍ରାରେ ଯୋଡ଼ି ହେବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ। ପ୍ରଥମେ ପଣ୍ଡିତ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କର ବେଦ ପାଠ ପୂର୍ବକ ଏହି ସମ୍ମିଳନୀକୁ ପ୍ରାରମ୍ଭ କରିଥିଲେ। ସ୍ଗାଗତ ସମ୍ଭାଷଣ ଏବଂ ଯଜ୍ଞର ଭୂମିକା ପ୍ରସ୍ତୁତ ସମ୍ପର୍କରେ ଯଜ୍ଞ ଅଭ୍ୟର୍ଥନା କମିଟିର ସଭାପତି ଜିତେନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଆଚାର୍ଯ୍ୟ ଜଗନ୍ନାଥ ରଥ, ବଡ଼ ଓଡ଼ିଆ ମଠ ପୁରୀର ମହନ୍ତ ମହାରାଜ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀ, ପୁରୀ ଯଜ୍ଞ କମିଟି ସଦସ୍ୟ ସଂଗ୍ରାମ କାନୁନଗୋ, ପରିବେଶ ବିଜ୍ଞାନୀ ଡ. ଅନନ୍ତ ସାହୁ, ପରିବର୍ତ୍ତନ ଓଡ଼ିଶାର ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦାସ, ପୂଜାନନା ଯଜ୍ଞ ଫାଉଣ୍ଡେଶନର କୋଷାଧ୍ୟକ୍ଷ କିଶନ ବଲୋଦିଆ, ସମ୍ପାଦକ ବଚ୍ଚନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

June 30, 2026
ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version