ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଓଡ଼ିଆ ବିଭାଗ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାକୁ ଜୀବିତ ରଖିବା, ମାତୃଭୂମି , ମାତୃଭାଷା, ସାହିତ୍ୟ, ସଂସ୍କୃତି ଆଦିକୁ ଦେଶର କୋଣ ଅନୁକୋଣରେ ପ୍ରସାରିତ କରିବା ଆଜିର ଦିନରେ ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଅନ୍ୟ ଦେଶର ଭାଷା ପ୍ରତି ରୁଚି ନରଖି ଓଡ଼ିଆ ଭାଷା ଓ ସଂସ୍କୃତିକୁ ପ୍ରସ୍ଫୁଟିତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଓଡ଼ିଆ ଭାଷାର ବର୍ତ୍ତମାନ ଓ ଭବିଷ୍ୟତ ସଂପର୍କରେ ଆଲୋକପାତ କରିଥିଲେ ବୁଦ୍ଧିଜୀବିମାନେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ପ୍ରଧ୍ୟାପକ ପ୍ରଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇ ସହଯୋଗ କରିଥିଲେ ।
© 2023 Odisha Taza News.